ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ୪ ଆତଙ୍କବାଦୀ । ଯାହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଜଣେ ନିହତ ହୋଇଥିବା ବେଳେ ସେଠାରେ ଆହୁରି ୩ ଜଣ ଆତଙ୍କୀ ଲୁଚି ରହିଥିଲେ । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲା ସୁରକ୍ଷା ବାହିନୀ । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏମାନେ ଲସ୍କର-ଏ-ତୋଏବା ଆତଙ୍କୀ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ରୋକିବା ଓ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର କରିଥିଲା ଭାରତ । ଏଥିରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୯ଟି ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା । ଏହାର ପ୍ରତିବାଦ ସ୍ୱରୂପ ପାକିସ୍ତାନ ସେନା ଭାରତର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଉଭୟ ଦେଶରେ ପ୍ରବଳ ଉତ୍ତେଜନା ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଉଭୟ ପକ୍ଷରୁ ଅସ୍ତ୍ରବିରତି ବନ୍ଦ ରହିଥିଲା । ତେବେ ଗତ କାଲି ରାତିରେ କାଶ୍ମୀର ଓ ପଞ୍ଜାବର କିଛି ଅଂଚଳରେ ପାକିସ୍ତାନ ଡ୍ରୋନ ଦେଖା ଦେଇଥିବା ବେଳେ ପାକିସ୍ତାନ ପଟୁ ଗୁଳି ବର୍ଷଣ ହୋଇଥିଲା । ଭାରତୀୟ ଯବାନ ମଧ୍ୟ ଦୃଢ ଜବାବ ଦେଇଥିଲେ ଏବଂ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଥିଲେ ।
Also Read
ଅଧିକ ପଢ଼ନ୍ତୁ: ୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି