ହମଲାର ୨ ଦିନ ପୂର୍ବରୁ ପହଲଗାମରେ ଡେରା ପକାଇଥିଲେ ଆତଙ୍କବାଦୀ । କେବଳ ବୈସରନ୍ ଘାଟି ନୁହେଁ ଅନ୍ୟ ୩ଟି ଲୋକେସନ ବି ସେମାନଙ୍କ ଟାର୍ଗେଟରେ ରହିଥିଲା । ସେସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କୀ । ସେନାଙ୍କୁ ସହାୟତା କରୁଥିବା କାଶ୍ମୀରର କିଛି ସ୍ଥାନୀୟ ଲୋକ ଏହି ସୂଚନା ଦେଇଛନ୍ତି । ସେମାନଙ୍କୁ ପଚରାଉଚାର ବେଳେ ଏଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି ।
Also Read
ଅଧିକ ପଢ଼ନ୍ତୁ: ଭାରତର କ୍ଷେପଣାସ୍ତ୍ର ଟାର୍ଗେଟରେ ପୂରା ପାକିସ୍ତାନ, ନିମିଷକେ ଧ୍ବଂସ କରିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍
ବୈସରନ ଘାଟିରେ ମିଶନକୁ ସଫଳ କରିବା ପାଇଁ ଆତଙ୍କବାଦୀମାନେ ୨ ଦିନ ପୂର୍ବରୁ ସେଠାରେ ପହଞ୍ଚିଥିଲେ । କିନ୍ତୁ ପହଲଗାମ ଅଞ୍ଚଳରେ ସେମାନେ ୧୫ ତାରିଖରେ ଆସି ପହଞ୍ଚିଥିଲେ ବୋଲି ସୂଚନା ମିଳିଛି । ଅନ୍ୟ ୩ଟି ସ୍ପଟରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ଓ ସୁରକ୍ଷାକର୍ମୀ ଥିବାରୁ ବୈସରନ ଘାଟିକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏବେ ପହଲଗାମ ନରସଂହାରର ଆତଙ୍କୀ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା କୁହାଯାଉଛି । ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନରେ ଲାଗିଛି ସେନା । ସେମାନଙ୍କୁ ଜୀବୀତ ଧରିବାକୁ ଉଦ୍ୟମ ଜାରି ରହିଛି ।
ସେପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପ୍ରତି ମୁହୂର୍ତ୍ତରେ ଡରି ଡରି ବଞ୍ଚୁଛି । ଆଶଙ୍କା କରୁଛି ଯେକୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ଦୁଇ ଦେଶ ଭିତରେ ଉତ୍ତେଜନା ବଢୁଥିବା ବେଳେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର କୁଆଡ଼େ ଫେରାର ଅଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା-NSAଭାବରେ ନିଯୁକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ।
୨୦୨୨ ଏପ୍ରିଲରେ ମୋଇଦ ୟୁସୁଫଙ୍କ ପରଠାରୁ ପାକିସ୍ତାନରେ NSA ନଥିଲେ । ଅସୀମ ମଲିକ ୨୦୨୪ ସେପ୍ଟେମ୍ବରରୁ ISI ମୁଖ୍ୟ ରହିଛନ୍ତି । ଏବେ ତାଙ୍କୁ ଦୁଇଟି ଦାୟିତ୍ୱ ତୁଲାଇବାକୁ ପଡ଼ିବ । ଏନ୍ଏସ୍ଏ ଭାବରେ ଅସୀମ ମଲିକଙ୍କ ନିଯୁକ୍ତି ଏମିତି ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ଭୟରେ ଛାନିଆ ହୋଇଛି ।