• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମେଡିକାଲ କଲେଜରେ ଆତଙ୍କବାଦୀ ଆକ୍ରମଣ

  • ଶ୍ରୀନଗର SKIMS ମେଡିକାଲ କଲେଜରେ ଆକ୍ରମଣ

  • ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟ ହେଲା

  • ଆତଙ୍କବାଦୀମାନେ ଖସି ଯାଇଥିବା ସୂଚନା

ଜାମ୍ମୁ: ଜାମ୍ମୁ କାଶ୍ମୀର ଶ୍ରୀନଗରର ସ୍କିମ୍ ମେଡିକାଲ କଲେଜ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି। ସେଠାରେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ ସୁରକ୍ଷାକର୍ମୀ ଏବଂ ପୂରା ଅଞ୍ଚଳକୁ ଘେରାଉ କରି ଅପରେସନ ଆରମ୍ଭ କରିଥିଲେ। ମେଡିକାଲ କଲେଜ, ହଷ୍ଟେଲ ଓ ହସ୍ପିଟାଲକୁ ପ୍ରଥମେ କର୍ଡନ ଅଫ୍ କରିଥିଲେ ସୁରକ୍ଷାକର୍ମୀ ।

ତା ପରେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ। ଉଭୟ ପକ୍ଷ ମଧ୍ୟରେ ବେଶ୍ କିଛି ସମୟ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ତେବେ ଆତଙ୍କବାଦୀମାନେ ଖସି ଯାଇଥିବାର ସୂଚନା ଦେଇଛି ଜାମ୍ମୁ କାଶ୍ମୀର ପୋଲିସ। ସାଧାରଣ ଲୋକ ଥିବାରୁ ସେମାନଙ୍କ ଭିତରେ ଲୁଚି ଆତଙ୍କବାଦୀମାନେ ଖସି ଯାଇଛନ୍ତି।

କିଛି ଦିନ ଆଗରୁ ଲଗାତର ଭାବେ ବେସାମରିକ ଲୋକଙ୍କୁ ଟାର୍ଗେଟ କରୁଥିଲେ ଆତଙ୍କବାଦୀ। ବିଶେଷ କରି କାଶ୍ମୀରକୁ କାମ କରି ଆସିଥିବା ବାହାର ରାଜ୍ୟର ଲୋକଙ୍କୁ ସେମାନେ ହତ୍ୟା କରୁଥିଲେ। ଏହା ପରେ କାଶ୍ମୀରକୁ ୫୦ କମ୍ପାନି ଅଧିକ ଫୋର୍ସ ପଠାଯାଇଥିଲା । କିନ୍ତୁ ଆଜି ପୁଣି ଥରେ ଆକ୍ରମଣକୁ ନେଇ ବେଶ୍‌ ଚିନ୍ତା ବଢିଛି।