Advertisment

ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
JP Nadda’s Tenure As BJP President Extended Till June 2024

Tenure of JP Nadda as BJP President has been extended till 2024

Advertisment

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି। ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ କାର୍ଯ୍ୟ କାଳ ବୃଦ୍ଧି ହେଲା। ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜେପି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।

Advertisment

ବିଜେପି ଫୋକସ୍‌ରେ ୧୬୦ ଲୋକସଭା ସିଟ୍। ୨୦୨୪ ନିର୍ବାଚନରେ ୧୬୦ ଆସନରେ ହେବ ସ୍ବତନ୍ତ୍ର କ୍ୟାମ୍ପେନିଂ। ଦିଲ୍ଲୀରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀରେ କିଛି ଏଭଳି ନିଷ୍ପତ୍ତି ହୋଇଛି। ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ପ୍ରସ୍ତୁତ କରିଛି ରୋଡମ୍ୟାପ୍। ପ୍ରାର୍ଥୀ ଚୟନ, ନିର୍ବାଚନ ପ୍ରଚାରକୁ ନେଇ ବିସ୍ତୁତ ଭାବେ ରଣନୀତି ପ୍ରସ୍ତୁତ ହୋଇଛି। ଦଳ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ସ୍ୱତନ୍ତ୍ର ଟାସ୍କ ବି ନେତା ଓ କମୀଙ୍କୁ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଦୃଢ଼ ହୋଇଛି ସଂଗଠନ, ଜିତିବୁ ୨୪ ଇଲେକ୍ସନ: ଶାହ

ଗତକାଲି ବସିଥିବା ୪୫ ମିନିଟ୍‌ର ରୁଦ୍ଧଦ୍ୱାର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ନିଷ୍ପତ୍ତି ବି ହୋଇଛି। SC, ST, OBC ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ଓ ଏହି ବର୍ଗର ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ହେବ ଦଳର ମୁଖ୍ୟ ଲକ୍ଷ୍ୟ। ସବକା ସାଥ୍, ସବକା ବିକାଶ ସହ ସବକା ପ୍ରୟାସ୍ ହି ଦଳର ମୁଖ୍ୟ ଏଜେଣ୍ଡା ହେବ।

Advertisment

ସେହିପରି ଆଜି ଦ୍ୱିତୀୟ ଦିନରେ ଆଜି ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବର୍ଷ ୯ ରାଜ୍ୟରେ ବିଧାନସଭା ଭୋଟ୍ ରହିଛି, ଆସନ୍ତାବର୍ଷ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ଲଢ଼ିବା ଓ ଜିତିବା ନେଇ ରଣନୀତି ପ୍ରସ୍ତୁତ ହେବ। ଗ୍ରାଉଣ୍ଡ ଜିରୋରେ କର୍ମୀଙ୍କୁ ସଜାଗ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନାକୁ ପହଞ୍ଚାଇବା ହେବ ମୁଲ୍ୟ ଲକ୍ଷ୍ୟ। ତାସହ ଦକ୍ଷିଣ ଭାରତ ଓ ଅଣ ବିଜେପି ରାଜ୍ୟରେ କ୍ଷମତାକୁ ଫେରିବା ହେବ ମୁଖ୍ୟ ଟାସ୍କ। 

BJP JP Nadda BJP National President General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ