/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725544671.jpg)
IAF Helicopter Emergency Landing
ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ରିଲିଫ କାର୍ଯ୍ୟରେ ଯାଇଥିବା ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଗତ ୪ ଦିନ ଧରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ଏହାର ନିକଟ ଅଞ୍ଚଳରେ ବନ୍ୟା ସମୟରେ ରିଲିଫ ସାମଗ୍ରୀ ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ଏହି ହେଲିକପ୍ଟର ।
Advertisment
ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ନାଲଗୋଣ୍ଡା ଜିଲ୍ଲାର ଚୈତାଲା ସହର ଉପକଣ୍ଠରେ ଥିବା ଏକ ଚାଷ ଜମିରେ ଜରୁରୀକାଳୀନ ଅବତରଣ କରିଛି । ତିନିଜଣ ଅଧିକାରୀଙ୍କୁ ନେଇ ହେଲିକପ୍ଟର ବିଜୟୱାଡା ଠାରୁ ହାଇଦ୍ରାବାଦର ହାକିମପେଟ ବାୟୁସେନା ଷ୍ଟେସନ ଯାଉଥିଲା । ତେବେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ଅନ୍ୟ ଏକ ହେଲିକପ୍ଟରେ ବୈଷୟିକ ଟିମ ପହଞ୍ଚି ଯାଂଚ କରୁଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)