/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682759493.jpg)
Hydrogen energy Boats
ଉଦଘା୍ଟିତ ହୋଇଛି ଦେଶର ପ୍ରଥମ ହଇଡ୍ରୋଜେନ୍ ଏନର୍ଜି ବୋଟ୍ । ତାମିଲନାଡୁ କୋଏମ୍ବାଟୁର କୁମାରାଗୁ ଇଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ନିର୍ମିତ କରିଛନ୍ତି । ଦେଶରେ ଏହା ପ୍ରଥମ ବୋଟ୍ ଯାହାକି ହାଇଡ୍ରୋଜେନ୍ ଗ୍ୟାସରେ ଚାଲିବ ବୋଲି ଛାତ୍ରଛାତ୍ରୀମାନ ଦାବି କରିଛନ୍ତି। କଲେଜର ‘ସି ଶକ୍ତି’ ଟିମ୍ର ୧୦ ଜଣିଆ ସଦସ୍ୟ ଏହି ବୋଟର ନିର୍ମାଣ ଓ ଡିଜାଇନ କରିଛନ୍ତି।
ବୋଟ ନିର୍ମାଣରେ ୧୫ରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସଂପୂର୍ଣ୍ଣ ଭାବେ ପେଟ୍ରୋଲ ଓ ଡିଜେଲ ବିହୀନ ବୋଟ । ୨ କିଲୋୱାଟ ହାଇଡ୍ରୋଜେନ୍ ଫୁଏଲ ସେଲ ସହ ୮.୪ କିଲୋୱାଟ୍ ଲିଥିୟମ୍ ବ୍ୟାଟରୀ ଦ୍ୱାରା ଏହା ପରିଚାଳିତ । ଏଥିରେ ପରିବେଶ ପ୍ରଦୂଷଣର ଭୟ ନଥିବାବେଳେ ବିଭିନ୍ନ ରେସିଂ ପ୍ରତିଯୋଗିତାରେ ଏହା ସହଜରେ ଟ୍ରାକ ଉପରେ ବିନା ବାଧାରେ ଚାଲିପାରିବ ।
ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ମୋନାକୋ ଏନର୍ଜି ବୋଟ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାରତ ପକ୍ଷରୁ ‘ସି ଶକ୍ତି’ ଟିମ୍ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ । ପ୍ରତିଯୋଗିତାରେ ବିଶ୍ୱର ୧୦ଟି ଦେଶରୁ ୧୭ଟି ଟିମ୍ ଅଶଂ ଗ୍ରହଣ କରିବେ । ଗତ ସପ୍ତାହରେ ଏହି ବୋଟର ଟ୍ରାଏଲ କରାଯାଇଥିଲା । ପରେ ସଫଳତାର ସହ ଏହା ଭାରତ ପାଇଁ ପ୍ରତିନିଧିତ୍ୱ କରିବ ବୋଲି ବିବେଚିତ ହୋଇଥିଲା । ଆଗାମୀ ଦିନରେ ଏହି ଏନେର୍ଜି ବୋଟକୁ ନୌସେନାରେ ସାମିଲ କରିବାର ବ୍ୟବସ୍ଥା କରାଯିବ ବୋଲି ନୌସେନା ଅଧିକାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)