• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜିଭରେ ଚୋଟ ପକାଇଲା ସାପ । ଜ୍ୟୋତିଷ କଥାରେ ଯାଇ ବାକଶକ୍ତି ହରାଇଲେ ଚାଷୀ । ସାପ କାମୁଡ଼ିବାର ଅନେକ ମାମଲା ଆପଣ ଶୁଣିଥିବେ, କିନ୍ତୁ ତାମିଲନାଡୁରୁ ସାମ୍ନାକୁ ଆସିଥିବା ମାମଲା ଆଜି ବୋଧହୁଏ ସମ୍ପୂର୍ଣ୍ଣ ନୂଆ । ଏଠାରେ ଜଣେ ଚାଷୀଙ୍କ ଜିଭକୁ ସାପ ଏପରି କାମୁଡ଼ିଛି ଯେ, ସେ ସବୁଦିନ ପାଇଁ ମୁକ ପାଲଟି ଯାଇଛି । ଚାଷୀ ଜଣକ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ସାପ ଆଗରେ ଜିଭ ଦେଖାଇବା ଫଳରେ ଏପରି ଅଘଟଣ ଘଟିଛି ।

ତାମିଲନାଡୁ ଇରୋଡରେ ଏହି ଘଟଣା ଘଟିଛି । ରାଜା ନାମକ ଜଣେ କୃଷକ ବାରମ୍ବାର ସାପ ସ୍ୱପ୍ନ ଦେଖୁଥିଲେ । ସ୍ୱପ୍ନରେ ତାଙ୍କୁ ସବୁବେଳେ ସାପ କାମୁଡ଼ି ପକାଉଥିବା ସେ ସ୍ୱପ୍ନ ଦେଖୁଥିଲା । ବାରମ୍ବାର ଏପରି ହେବାରୁ ସେ ଭୟଭୀତ ହୋଇପଡ଼ିଥିଲେ । ଶେଷରେ ସେ ଜଣେ ଜ୍ୟୋତିଷଙ୍କ ନିକଟକୁ ଯାଇ ତାଙ୍କୁ ପୂରା କାହାଣୀ ଶୁଣାଇ ପରାମର୍ଶ ଲୋଡ଼ିଥିଲେ । ଆଉ ଜ୍ୟୋତିଷ ଜଣକ ନିକଟସ୍ଥ ସର୍ପ ମନ୍ଦିରକୁ ଯାଇ ଖରାପ ସ୍ୱପ୍ନର ନିବାରଣ ପାଇଁ କିଛି ପୂଜାର୍ଚ୍ଚନା କରିବାକୁ କହିଥିଲେ ।

ଅଧିକ ପଢ଼ନ୍ତୁ: ଜ୍ୟୋତିଷଙ୍କ ଭବିଷ୍ୟବାଣୀରୁ କୋଟିପତି ହେଲେ ଇଞ୍ଜିନିୟର

ଏହି ଘଟଣା ପରେ ରାଜା ନିକଟସ୍ଥ ସର୍ପ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ସମସ୍ତ ରୀତିନୀତି କରିଥିଲେ । ଜ୍ୟୋତିଷଙ୍କ କହିବା ଅନୁସାରେ, ମନ୍ଦିରରେ ଥିବା ଏକ ସାପ ଆଗରେ ସେ ନିଜ ଜିଭକୁ ତିନି ଥର ବାହାର କରିଥିଲେ । ଆଉ ସେହି ସମୟରେ ଚାଷୀଙ୍କ ଜିଭକୁ କାମୁଡ଼ି ଦେଇଥିଲା ଏକ ସାପ । ଆଉ ସର୍ପ ଦଂଶନ ପରେ କୃଷକ ଜଣେ ପାଟି କରି ତଳେ ପଡ଼ିଯାଇଥିଲେ ।

ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହସ୍ପିଟାଲ ଯିବା ସମୟରେ ରାଜା ବେହୋସ୍‌ ହୋଇ ଯାଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଯାଇଥିଲେ ସୁଦ୍ଧା ଆଉ ସେ କଥା କହିପାରୁ ନାହାନ୍ତି । କିଛି ଲୋକ କହୁଛନ୍ତି ସେ ଆଉ କଥା କହିପାରିବେ ନାହିଁ ।