Advertisment

ରାତି ପାହିଲେ ହୋଇଥାନ୍ତା ବାହାଘର, ହେଲେ ବଦଳିଗଲା ଜୀବନ ସାଥୀ; ଚାପୁଡ଼ା ମାରିଲା ବର...

ଚାପୁଡ଼ା ମାରିଲା ବର, ବାହାଘର ଭାଙ୍ଗି ଦେଲା କନ୍ୟା। ସାମାନ୍ୟ ଏକ ଘଟଣାକୁ ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଯାହାକୁ ସାରା ଜୀବନ ସାଥୀ କରିଥାନ୍ତେ, ତାକୁ ସବୁଦିନ ପାଇଁ ହରାଇଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bride Cancelled Marriage

Bride Cancelled Marriage

ଚାପୁଡ଼ା ମାରିଲା ବର, ବାହାଘର ଭାଙ୍ଗି ଦେଲା କନ୍ୟା। ସାମାନ୍ୟ ଏକ ଘଟଣାକୁ ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଯାହାକୁ ସାରା ଜୀବନ ସାଥୀ କରିଥାନ୍ତେ, ତାକୁ ସବୁଦିନ ପାଇଁ ହରାଇଲେ। ତା’ବି ପୁଣି ଡ୍ୟାନ୍ସକୁ ନେଇ। ବିବାହର କିଛି ଘଣ୍ଟା ପୂର୍ବରୁ ଜଣେ ଯୁବତୀ ବାହାଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରୁ କନ୍ୟାକୁ ବର ଚାପୁଡା ମାରିଥିଲା। ଏହାପରେ କନ୍ୟା ବାହାଘର ଭାଙ୍ଗି ଦେଇଥିଲା ଓ କିଛି ଘଣ୍ଟା ପରେ ଜଣେ ସମ୍ପର୍କୀୟ ଭାଇଙ୍କୁ ବାହା ହୋଇଥିଲେ। ତାମିଲନାଡୁରେ ଏହି ଘଟଣା ଘଟିଛି। 

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା  The Times of Indiaର ରିପୋର୍ଟ ଅନୁସାରେ, ଯୁବତୀ ଜଣକ Panrutiରୁ ପୋଷ୍ଟ୍‌ ଗ୍ରାଜୁଏଟ୍‌ କରିଥିବା ବେଳେ ଯୁବକ ଜଣକ ଚେନ୍ନାଇରେ ଏକ କମ୍ପାନୀରେ ସିନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ଜାନୁଆରୀ ୨୦ରେ ସେମାନଙ୍କର ବିବାହ ହେବାର ଥିଲା। ତେବେ ବିବାହର ଦିନକ ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଯେତେବେଳେ ଉଭୟ ପରିବାର ସଦସ୍ୟଙ୍କ ସହ ଡ୍ୟାନ୍ସ ଫ୍ଲୋର୍‌କୁ ଓହ୍ଲାଇଲେ ଓ ଡିଜେ ମ୍ୟୁଜିକ୍‌ର ତାଳରେ ନାଚିବା ଆରମ୍ଭ କଲେ ଏହାପରେ ସବୁକିଛି ଗଡ଼ବଡ଼ ହୋଇଯାଇଥିଲା।

ବର ଓ କନ୍ୟା ଡ୍ୟାନ୍ସ କରୁଥିବା ବେଳେ ଏହି ସମୟରେ କନ୍ୟାର ଜଣେ ସମ୍ପର୍କୀୟ ଭାଇ ଆସି ପହଞ୍ଚିଗଲେ। ଏହାପରେ ସମ୍ପର୍କୀୟ ଭାଇ ବର ଓ କନ୍ୟାର କାନ୍ଧରେ ହାତ ରଖି ନାଚିବା ଆରମ୍ଭ କରି ଦେଇଥିଲେ। ଏଥିରେ ସମ୍ପୃକ୍ତ ଯୁବକ(ବର) ବିରକ୍ତ ଭାବ ପ୍ରକାଶ କରିଥିଲେ। ଏହାପରେ ବର, କନ୍ୟା ଓ ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଠେଲି ଦେଇଥିଲେ। ଏହାପରେ କ’ଣ ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ କନ୍ୟାକୁ ବର ଚାପୁଡ଼ା ମାରିଥିବା କନ୍ୟା ଘର ଲୋକ ଅଭିଯୋଗ ଆଣିଛନ୍ତି।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା News 18ର ରିପୋର୍ଟ ଅନୁସାରେ, କନ୍ୟା ବାପାଙ୍କ ଅଭିଯୋଗ ଅନୁସାରେ, ବର ତାଙ୍କ ଝିଅକୁ ଚାପୁଡ଼ା ମାରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ହଲ୍‌ ଛାଡ଼ି ଚାଲିଯିବା ପାଇଁ କହିଥିଲେ। ଏହାପରେ କନ୍ୟା ବାହାଘର ଭାଙ୍ଗିବା ପାଇ ନିଷ୍ପତ୍ତି ନେଇଥିଲେ ଓ ଏହାକୁ ପରିବାର ଲୋକ ସମର୍ଥନ ଜଣାଇଥିଲେ। 

ଘଟଣାପରେ କନ୍ୟା ଘର ଲୋକ ସେଇଦିନ ଝିଅର ବାହାଘର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ ଝିଅର ବାହାଘର ଜଣେ ସମ୍ପର୍କୀୟ ଭାଇଙ୍କ ସହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଯୁବକଙ୍କ ଘର ଭିଲୁପ୍ପୁରମ ଜିଲ୍ଲା ଜିଞ୍ଜି ଟାଉନ୍‌ରେ। ଘର ଲୋକଙ୍କ ଏହି ନିଷ୍ପତ୍ତିରେ ଯୁବତୀ ଜଣକ ରାଜି ହୋଇଥିଲେ ଓ ଜାନୁଆରୀ ୨୦ରେ ସମ୍ପର୍କୀୟଭ ଭାଇଙ୍କ ସହ ତାଙ୍କର ବିବାହ ହୋଇଥିଲା। 

ସେପଟେ ବିବାହ ଭାଙ୍ଗି ଯିବା ପରେ ସମ୍ପୃକ୍ତ ଯୁବକ ଘଟଣାକୁ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ସେ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି। ଯାହାକି ବିବାହ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା।

Tamil Nadu Marriage Bride Cancel Marriage
Advertisment
Advertisment