Advertisment

‘ଉତ୍ତର ଭାରତର ପପୁ ରାହୁଲ ଗାନ୍ଧି...ଦକ୍ଷିଣ ଭାରତର ପପୁ ଉଦୟନିଧି’

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଉଦୟନିଧିଙ୍କୁ ସମାଲୋଚନା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tamil Nadu BJP President Criticised Udhayanidhi Stalin

Tamil Nadu BJP President Criticised Udhayanidhi Stalin

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଉଦୟନିଧିଙ୍କୁ ସମାଲୋଚନା କରିଛନ୍ତି।  ଏନେଇ ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ କହିଛନ୍ତି, ଉଦୟନିଧି ସନାତନଙ୍କ ବିଷୟରେ ଏପରି କହିଛନ୍ତି, ଯେପରି ରାହୁଲ ଗାନ୍ଧି ମୋଦି ସମ୍ପଦ୍ରାୟ ବିଷୟରେ କହିଥିଲେ। 

Advertisment

ଉଦୟନିଧିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଅନ୍ନାମଲାଇ କହିଛନ୍ତି, ଉତ୍ତର ଭାରତର ପପୁ ହେଉଛନ୍ତି ରାହୁଲ ଗାନ୍ଧି ଏବଂ ଦକ୍ଷିଣ ଭାରତର ପପୁ ହେଉଛନ୍ତି ଉଦୟନିଧି ଷ୍ଟାଲିନ। ଗଣମାଧ୍ୟମ ସମ୍ମୁଖରେ ଅନ୍ନାମଲାଇ କହିଛନ୍ତି ଯେ, ‘ଉଦୟନିଧି ଷ୍ଟାଲିନ ସନାତନଙ୍କ ବିଷୟରେ ଏପରି କହିଛନ୍ତି, ଯେପରି ରାହୁଲ ଗାନ୍ଧି ମୋଦି ସମ୍ପଦ୍ରାୟ ବିଷୟରେ କହିଥିଲେ। ଉତ୍ତର ଭାରତର ପପୁ ହେଉଛନ୍ତି ରାହୁଲ ଗାନ୍ଧି ଏବଂ ଦକ୍ଷିଣ ଭାରତର ପପୁ ହେଉଛନ୍ତି ଉଦୟନିଧି ଷ୍ଟାଲିନ। ଯଦି ସେମାନେ ଏଭଳି ମନ୍ତବ୍ୟ ଦେବା ଜାରି ରଖିବେ, ତା’ହେଲେ ଇଣ୍ଡିଆ ମେଣ୍ଟର ଭୋଟ୍‌ ବ୍ୟାଙ୍କ ହ୍ରାସ ପାଇବ। ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ଭୋଟ୍‌ ପ୍ରତିଶତ ୫%କୁ ହ୍ରାସ ପାଇଛି।’

ଅନ୍ନାମଲାଇ ଆହୁରି କହିଛନ୍ତି, ‘ଯଦି ଉଦୟନିଧି ଏପରି କହିବା ଜାରି ରଖିବେ, ତା’ହେଲେ ଇଣ୍ଡିଆ ମେଣ୍ଟର ଭୋଟ୍‌ ୨୦% ପର୍ଯ୍ୟନ୍ତ ହ୍ରାସ ପାଇବ। ଏପରିକି କଂଗ୍ରେସ ମଧ୍ୟ ଉଦୟନିଧିଙ୍କ ମନ୍ତବ୍ୟକୁ ବିରୋଧ କରିଛି।’

Advertisment

ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ହେଉଛନ୍ତି ସେହି ବ୍ୟକ୍ତିଙ୍କ ନାତି, ଯିଏ ତାମିଲନାଡୁ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ଏଭଳି ଧମକକୁ ନେଇ ସେ ଆଦୌ ଚିନ୍ତିତ ନାହାନ୍ତି। 

ଉତ୍ତର ପ୍ରଦେଶର ଜଣେ ସନ୍ଥ ସନାତନ ଧର୍ମ ଉପରେ ଉଦୟନିଧିଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡ କାଟି ଆଣି ଦେଲେ ୧୦ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସନ୍ଥଙ୍କ ଏଭଳି ଘୋଷଣା ଉପରେ ପ୍ରତିକ୍ରିୟା ରଖି ଉଦୟନିଧି ଷ୍ଟାଲିନ କହିଥିଲେ, ‘ମୋ ମୁଣ୍ଡ ପାଇଁ ୧୦ କୋଟି ଦରକାର ନାହିଁ, ୧୦ ଟଙ୍କାର ପାନିଆ ଯଥେଷ୍ଟ।’

Advertisment
Advertisment