Advertisment

ବର୍ଷାରେ ବେହାଲ୍ ଆଗ୍ରା; ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି

ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। ଲଗାଣ ବର୍ଷା ଯୋଗୁ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Taj Mahal

Taj Mahal

ପ୍ରବଳ ବର୍ଷାରେ ବେହାଲ୍ ଅନେକ ରାଜ୍ୟ। ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ତିନି ଦିନ ଧରି ଆଗ୍ରାରେ ଲଗାତାର ବର୍ଷା ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। ଲଗାଣ ବର୍ଷା ଯୋଗୁ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ଶାହାଜାହାନଙ୍କ କବରରେ ମଧ୍ୟ ପାଣି ପଶିଥିବା କୁହାଯାଉଛି।

Advertisment

ଏହା ଜଣାପଡ଼ିବା ପରେ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ନିରୀକ୍ଷଣ ଆରମ୍ଭ ହୋଇଛି। ତେବେ ଏଥି ଯୋଗୁ କିଛି କ୍ଷତି ହୋଇନାହିଁ ବୋଲି ASI ପକ୍ଷରୁ କୁହାଯାଇଛି। କେଉଁ ସ୍ଥାନରୁ ପାଣି ଗଳୁଛି ତାହାର ଅନୁଧ୍ୟାନ କରାଯାଉଥିବା ସୁପରିଣ୍ଟେଣ୍ଡିଂ ଆର୍କେଲୋଜିଷ୍ଟ ରାଜକୁମାର ପଟେଲ କହିଛନ୍ତି। ମୁଖ୍ୟ ସମାଧି ସୌଧ ଭିତରେ ଆର୍ଦ୍ରତା ରହିଥିବା ଜଣାପଡ଼ିଛି। ଗମ୍ବୁଜରେ ସୂକ୍ଷ୍ମ ଫାଟ ଯୋଗୁ ପାଣି ଗଳୁଥିବା ସନ୍ଦେହ କରାଯାଉଛି।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଏଏସ୍ଆଇ ଆଗ୍ରା ଡିଭିଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଆମେ ମୁଖ୍ୟ ଗମ୍ବୁଜ ଯାଞ୍ଚ କରିଛୁ। ଗୁରୁବାର ୨୦ ସେକେଣ୍ଡର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି ଯେଉଁଥିରେ ତାଜମହଲର ଏକ ବଗିଚା ବର୍ଷା ପାଣିରେ ବୁଡ଼ି ଯାଇଥିବାର ଦେଖାଯାଉଛି। ସରକାରୀ ଅନୁମୋଦିତ 'ଟୁର ଗାଇଡ୍' ଭାବରେ କାର୍ଯ୍ୟ କରୁଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ତାଜମହଲ ଆଗ୍ରା ସମଗ୍ର ଦେଶର ଗର୍ବ । ସେ କହିଛନ୍ତି ଯେ ଏହା ଶହ ଶହ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟନ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ତେବେ ଲଗାତାର ବର୍ଷା ହେତୁ ଜାତୀୟ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଫସଲ ଜଳମଗ୍ନ ହୋଇଛି ଏବଂ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।

Advertisment
Taj Mahal
Advertisment
Advertisment