• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ଦିଲ୍ଲୀକୁ ଆତଙ୍କୀ ଭୟ ? ବାରମ୍ବାର ଠାବ ହେଉଛି ସନ୍ଦିଗ୍ଧ ବ୍ୟାଗ । ଆଜି ମଧ୍ୟ ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳ ନିକଟସ୍ଥ ଏକ ଘରୁ ସନ୍ଦିଗ୍ଧ ବ୍ୟାଗ ଠାବ କରାଯାଇଛି । ସେଥିରେ ବିସ୍ପୋରକ ଥିବା ସନ୍ଦେହ କରାଯାଉଛି । ଅପରାହ୍ନ ୨ଟାରେ ସେହି ଅଞ୍ଚଳରେ ଥିବା ସନ୍ଦିଗ୍ଧ ବ୍ୟାଗ ବିଷୟରେ ପୋଲିସ ସୂଚନା ପାଇଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ବମ୍ ସ୍କ୍ୱାର୍ଡ ଏବଂ ଏନଏସଜି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଓଲ୍ଡ ସୀମାପୁରୀର ଘର ନମ୍ବର D-49ରୁ ଠାବ ହୋଇଛି ସନ୍ଦିଗ୍ଧ ବ୍ୟାଗ୍ । ବ୍ୟାଗରେ କଣ ଅଛି , ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବ୍ୟାଗ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି । ସ୍ୱତନ୍ତ୍ର ସେଲ୍ ବର୍ତ୍ତମାନ ଘଟଣାକୁ ନେଇ ଅନୁସନ୍ଧାନ କରୁଛି । କିଛି ଦିନ ପୂର୍ବରୁ ଦିଲ୍ଲୀର ଗାଜିପୁରରେ ମିଳିଥିବା ଆରଡିଏକ୍ସ ମାମଲାର ଅନୁସନ୍ଧାନ ପାଇଁ ଆସିଥିବା ବେଳେ ସ୍ପେଶାଲ ସେଲର ଟିମ୍ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ପହଞ୍ଚିଥିଲେ ।

ଆଉ ସେଠାରେ ସନ୍ଦେହଜନକ ବ୍ୟାଗଟି ମିଳିଥିଲା ଏବଂ ବ୍ୟାଗଟି ସମ୍ପୂର୍ଣ୍ଣ ରୂପେ ସିଲ୍ ଥିବା ଦେଖିବାକୁ ମିଳିଛି । ଯେଉଁ କୋଠରୀରୁ ବ୍ୟାଗ ମିଳିଛି, ସେହି କୋଠରୀରେ ୩-୪ ଜଣ ଯୁବକ ପୁଅ ଭଡା ଘରେ ରୁହନ୍ତି, ଯେଉଁମାନେ ବର୍ତ୍ତମାନ ଫେରାର ଅଛନ୍ତି ।

ଜାନୁୟାରୀ ୧୪ରେ ଗାଜିପୁର ପରିବବଜାରର ଏକ ଗେଟ୍ ବାହାରୁ ମଧ୍ୟ ଏକ ସନ୍ଦିବ୍ଧ ବ୍ୟାଗ୍ ମିଳିଥିଲା । ଜଣେ ବ୍ୟକ୍ତି ଗେଟ୍ ବାହାରେ ନିଜ ସ୍କୁଟି ପାର୍କିଂ କରିଥିଲେ, ଆଉ ସେଠାରେ କିଏ ବ୍ୟାଗ୍ ରଖି ପଳାଇ ଯାଇଥିଲା । ପରେ ଗାଜିପୁର ପନିବା ବଜାର ଭିତରେ ଏକ ୮ ଫୁଟ ଗଭୀର ଗର୍ତ୍ତ ଖୋଳା ଯାଇ ବ୍ୟାଗକୁ ରଖିଦେଇଥିଲେ ପୋଲିସ୍ କର୍ମୀ । କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା ।