Advertisment

୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟୁନି ସସ୍‌ପେନ୍ସ

ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suspense continues over CM in Madhya Pradesh Chhattisgarh and Rajasthan

Suspense continues over CM in Madhya Pradesh Chhattisgarh and Rajasthan

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟୁନି ସସ୍‌ପେନ୍ସ । ବିଜେପି ହାତକୁ ଆସିଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।

Advertisment

ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ । ତେବେ ରାଜସ୍ଥାନ ଅଙ୍କ ଏବେ ବି ଅବୁଝା ହୋଇ ରହିଛି ।

ଏସବୁ ଭିତରେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜସ୍ଥାନର ତିଜାରା ବିଧାୟକ ମହନ୍ତ ବାଲକନାଥ ଭେଟିଛନ୍ତି । ସେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ବଡ଼ ଦାବିଦାର ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment

ସେପଟେ ୩ଟି ଯାକ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ଦଳୀୟ ବିଧାୟକଙ୍କ ମତ ଅନୁସାରେ, ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଏ ହକ୍‌ଦାର, ତାହା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇବେ ।

ପର୍ଯ୍ୟବେକ୍ଷକମାନେ ନିର୍ବାଚିତ ଦଳୀୟ ବିଧାୟକ ଓ ରାଜ୍ୟର ତୁଙ୍ଗ ନେତାଙ୍କ ସହ ବିଶଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ପର୍ଯ୍ୟାଲୋଚନା ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ଏନେଇ ସ୍ଥିର କରାଯିବ।  

Advertisment
Advertisment