Advertisment

ସମଲିଙ୍ଗୀ ବିବାହକୁ ମିଳିବ ଆଇନଗତ ମାନ୍ୟତା ! ଜୁଲାଇ ୧୦ରେ ସୁପ୍ରିମ ଶୁଣାଣି

ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରାଯିବ। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ରାୟ ଦେଇଥିଲେ। ତେବେ ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇ ୧୦ତାରିଖରେ ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Same-Sex Marriage

Same-Sex Marriage

ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରାଯିବ। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ରାୟ ଦେଇଥିଲେ। ତେବେ ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇ ୧୦ତାରିଖରେ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ପିଟିସନ୍‌ର ଶୁଣାଣି କରିବେ। ଏହି ଖଣ୍ଡପୀଠରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା , ବି ବି ନାଗରତ୍ନା, ହିମା କୋହଲି ଓ ପିଏସ୍‌ ନରସିଂହ ରହିବେ।

Advertisment

ଗତ ବର୍ଷ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବା ମାମଲାରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରାଯାଇଥିଲା। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୧୭ରେ ମନା କରିଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭କୁ ସୁପ୍ରିମକୋର୍ଟ ଖଣ୍ଡନ କରିବାର ପାଞ୍ଚ ବର୍ଷ ପରେ, ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ମାନ୍ୟତା ଦିଆଯିବା ଉଚିତ କି ନାହିଁ ତାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ। ଶୁଣାଣିରେ ଅଦାଲତ କହିଥିଲେ ଯେ ‘‘ନିଜ ପାଇଁ ଜୀବନସାଥୀ ଚୟନ କରିବାର ଅଧିକାର ସମସ୍ତଙ୍କ ନିକଟରେ ରହିଛି। ଜୀବନସାଥୀ ବାଛିବା ଆମ ଜୀବନର ଏକ ପ୍ରମୁଖ ଅଂଶ। ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବ।’’

Advertisment

ସାମ୍ବିଧାନିକ ଖଣ୍ଡପୀଠ ୨୧ଟି ପିଟିସନର ଶୁଣାଣି ପରେ ଗତବର୍ଷ ମେ ମାସରେ ରାୟ ସଂରକ୍ଷିତ ରଖିଥିଲେ। ପରେ ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କହିଥିଲେ ଯେ ଆମେ ସ୍ବତନ୍ତ୍ର ବିବାହ ଆଇନକୁ ଉଚ୍ଛେଦ କରିପାରିବୁ ନାହିଁ। ଏହା ସଂସଦର ଅଧିକାର। ଅନ୍ୟପକ୍ଷରେ ବିବାହ ନିଷ୍ପତ୍ତି ଜଣଙ୍କର ବ୍ୟକ୍ତିଗତ ବ୍ୟାପାର, ଏଥିରେ ହସ୍ତକ୍ଷେପ କରିବା ଦ୍ବାରା ସମ୍ବିଧାନ ପ୍ରଦତ୍ତ ଧାରା ୨୧ ଅଧିନସ୍ଥ ମୌଳିକ ଅଧିକାରର ଉଲ୍ଲଂଘନ ହେବ। ତେଣୁ ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହିହେବନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଥିଲେ।

ଉଳ୍ଲେଖଯୋଗ୍ୟ, ଅନେକ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ବର୍ଗରେ ରଖାଯାଉଛି। ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ। ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ।

Supreme Court Same Sex Marriage
Advertisment
Advertisment