• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରିପୋର୍ଟରେ ମିଛ ତଥ୍ୟ ଥିଲେ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ମଣିପୁର ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି ଏଡିଟର ଗିଲ୍ଡ ଅଫ ଇଣ୍ଡିଆର ୩ ଜଣ ସଦସ୍ୟଙ୍କ ବାବଦରେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ରିପୋର୍ଟରେ ମିଥ୍ୟା ଥିବା ଦର୍ଶାଇ ଏହି ୩ ସାମ୍ବାଦିକଙ୍କ ବିରୋଧରେ ମାମଲା ହୋଇଥିଲା । ତେବେ ଏମାନଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।

ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯଦି ରିପୋର୍ଟ ମିଥ୍ୟା ହୋଇଥାଏ ତେବେ ସାମ୍ବାଦିକଙ୍କ ବିରୋଧରେ ସେକସନ ୧୫୩ (A)ରେ କାର୍ଯ୍ୟାନୁଷ୍ଠାନ ହୋଇପାରିବନାହିଁ । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ । ୧୧ଟି ରାଜ୍ୟରେ କ୍ଷମତାରେ ଥିବା ୨୬ ପାର୍ଟି ବିଶିଷ୍ଟ ଇଣ୍ଡିଆ ମେଣ୍ଟ ସ୍ପଷ୍ଟ କରିଛି ଯେ, ତାଲିକାରେ ଥିବା ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ ଦ୍ୱାରା ପରିଚାଳିତ କୌଣସି ଆଲୋଚନା କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଯିବେ ନାହିଁ । ଯାହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ।