Advertisment

ବିଜେପିକୁ ଲାଗିଲା ଝଟ୍‌କା, ସୁପ୍ରିମ୍‌କୋର୍ଟରେ ଆପ୍‌ର ବଡ଼ ବିଜୟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ।

author-image
Satyendu Shekher Mishra
Chandigarh Mayor Election

Chandigarh Mayor Election

ଚଣ୍ଡିଗଡ ମେୟର ନିର୍ବାଚନ ବେଳେ ରିଟର୍ଣ୍ଣିଂ ଅଫିସର ନାକଚ କରିଦେଇଥିବା ସମସ୍ତ ଭୋଟ ବୈଧ। ଏହି ମାମଲାର ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରିଟର୍ଣ୍ଣିଂ ଅଫିସର ଅନୀଲ ମାସି ୮ ଜଣ କାଉନସିଲରଙ୍କ ଭୋଟକୁ ନାକଚ କରିଦେଇଥିଲେ। ଫଳରେ ବିଜେପି ମେୟର ନିର୍ବାଚନରେ ବାଜିମାତ କରିଥିଲା।

Advertisment

ଆଜି ଅନୀଲ ନାକଚ କରିଥିବା ସମସ୍ତ ୮ ଭୋଟକୁ ସୁପ୍ରିମକୋର୍ଟ ବୈଧ ବୋଲି କହିଛନ୍ତି। ଏହି ୮ଟି ଭୋଟ ଆପ୍ ଓ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା। ତେଣୁ ନାକଚ ହୋଇଥିବା ୮ ଭୋଟକୁ ବୈଧ ଭାବେ ବିବେଚନା କରି ପୁନଃ ଗଣତି କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ।

Advertisment

ପୂର୍ବରୁ, ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ ବୋଲି କହିଥିଲେ ସୁପ୍ରିମକୋର୍ଟ । ମେୟର ନିର୍ବାଚନ ବେଳେ ଅନିୟମିତତା ନେଇ ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ଅନୀଲ ମାସିଙ୍କୁ ଏନେଇ ପ୍ରଶ୍ନ କରିଥିଲେ କୋର୍ଟ ।

ଏହାଛଡ଼ା ୩ ଜଣ ଆପ୍ କାଉନସିଲର ବିଜେପିରେ ଯୋଗଦେବା ଘଟଣାକୁ ଘୋଡ଼ାବେପାର କହିବା ସହ ଏହାକୁ ଗୁରୁତର ଘଟଣା ବୋଲି କହିଥିଲେ ସୁପ୍ରିମକୋର୍ଟ । ଟାମ୍ପରିଂ ହୋଇଥିବା ବାଲାଟ ପେପର କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଭୋଟ ଗଣତି ବେଳେ ବାଲାଟ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଖୋଦ ରିଟର୍ଣ୍ଣିଂ ଅଫିସର ନିଜେ ଏଭଳି ଟାମ୍ପରିଂ କରିଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା ।

Arvind Kejriwal AAP
Advertisment
Advertisment