Advertisment

DY Chandrachud: ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ CJI ଜଷ୍ଟିସ୍ ଚନ୍ଦ୍ରଚୂଡ, କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ । ୨୦୨୪ ନଭେମ୍ବର ୧୦ରେ ସେ ସେବାନିବୃତ୍ତ ହୋଇଥିଲେ ହୋଇଥିଲେ ।

ଅଦ୍ୟତନ ହୋଇଛି
DY Chandrachud

DY Chandrachud

Advertisment

ଦେଶର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ୨୦୨୪ ନଭେମ୍ବରରେ ସେବାନିବୃତ୍ତ ହୋଇଥିଲେ । ହେଲେ କାର୍ଯ୍ୟକାଳ ପୂରିବାରୁ ୮ ମାସ ବିତିଥିଲେ ବି ଜଷ୍ଟିସ ଚନ୍ଦ୍ରଚୂଡ ଏ ପର୍ଯ୍ୟନ୍ତ ନିଜର ସରକାରୀ ବାସଭବନ ଖାଲି କରିନାହାନ୍ତି । ଏନେଇ ସୁପ୍ରିମକୋର୍ଟ ପ୍ରଶାସନ ଏକ ଅଦ୍ଭୁତପୂର୍ବ ପଦକ୍ଷେପ ଗ୍ରହଣ କରି ଡିୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ।

Advertisment

ସୂତ୍ର ମୁତାବକ, ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନ କେନ୍ଦ୍ରୀୟ ଆବାସ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି କି କୃଷ୍ଣା ମେନନ ମାର୍ଗର ୫ ନମ୍ବର ସରକାରୀ ବଙ୍ଗଳାକୁ ତୁରନ୍ତ ସୁପ୍ରିମକୋର୍ଟଙ୍କ ଅଧୀନକୁ ଫେରାଇ ଅଣାଯାଉ ।

ଅଧିକ ପଢନ୍ତୁ: ପ୍ରକୃତିର ତାଣ୍ଡବ ଲୀଳା; ୭୨ ଜଣଙ୍କ ମୃତ୍ୟୁ, ଖାଦ୍ୟପାନୀୟ, ବିଜୁଳି ବିନା ଛଟପଟ ଜନଜୀବନ

Advertisment

ଏନେଇ କୋର୍ଟ ପ୍ରଶାସନ କହିଛି ଯେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ନିୟମ ୩ବି ଅନୁଯାୟୀ ନିର୍ଦ୍ଧାରିତ ସମୟଠୁ ଅଧିକ ସମୟ ହେଲା ବଙ୍ଗଳାରେ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୧୦ରେ ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ ଅବସର ନେଇଥିଲେ । ପ୍ରଧାନ ବିଚାରପତି ଭାବେ ତାଙ୍କୁ ଆବଣ୍ଟିତ ସରକାରୀ ବାସଭବନରେ ରହଣୀ ଅନୁମତି ୩୧ ମେ' ୨୦୨୫ରେ ସମାପ୍ତ ହୋଇଯାଇଥିଲା । ୨୦୨୨ ନିୟମର ନିୟମ ୩ବିରେ ଦିଆଯାଇଥିବା ୬ ମାସର ଅବଧି ୨୦୨୫ ମେ' ୧୦ରେ  ଶେଷ ହୋଇଥିଲା । ଏହାସତ୍ତ୍ୱେ ସେ ଏବେ ବି ସେହି ସରକାରୀ ବଙ୍ଗଳାରେ ରହୁଛନ୍ତି, ଯାହାକି ନିୟମର ଉଲ୍ଲଙ୍ଘନ ବୋଲି କହିଛି ସୁପ୍ରିମକୋର୍ଟ ପ୍ରଶାସନ ।

Advertisment
Supreme Court Of India Dy Chandrachud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ