/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727967140.jpg)
Isha Foundation case
ସଦଗୁରୁ ଜଗ୍ଗି ବାସୁଦେବଙ୍କ ଈଶା ଫାଉଣ୍ଡେସନରେ ପୋଲିସ ରେଡ୍ । ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରେଡ୍ ପାଇଁ ଅନୁମତି ଦେବା ପରେ ପ୍ରାୟ ୧୫୦ ପୋଲିସ କର୍ମୀ ଅକ୍ଟୋବର ପହିଲାରେ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଈଶା ଫାଉଣ୍ଡେସନରେ ଏଣ୍ଟ୍ରି ମାରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଈଶା ଫାଉଣ୍ଡେସନ କତ୍ତୃପକ୍ଷ ।
ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୋଲିସ ଈଶା ଫାଉଣ୍ଡେସନରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।
ତେବେ ଏହି ସର୍ଚ୍ଚ ଅପରେସନ୍ ଉପରେ ପ୍ରତିକ୍ରିୟା ଦେଇ ଈଶା ଫାଉଣ୍ଡେସନ୍ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଯାହା ଘଟୁଛି ତାହା କେବଳ ଅନୁସନ୍ଧାନର ଅଂଶ । ଫାଉଣ୍ଡେସନ ପକ୍ଷରୁଏକ ବୟାନ ମଧ୍ୟ ଜାରି କରି କୁହାଯାଇଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସପିଙ୍କ ସମେତ ପୋଲିସ ଅନୁସନ୍ଧାନ ପାଇଁ ଈଶା ଫାଇଣ୍ଡେସନ୍ କେନ୍ଦ୍ରକୁ ଆସିଛି ।
ସେମାନେ କେନ୍ଦ୍ରର ଅନ୍ତେବାସୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଭେଟିଛନ୍ତି । ସୂଚନା ଥାଉ କି, ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଏସ୍ କାମାରାଜଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ କୋଏମ୍ବାଟୁର ଗ୍ରାମୀଣ ପୋଲିସକୁ ଯାଞ୍ଚ ଏବଂ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଡକ୍ଟର ଏସ କାମରାଜ ଦାବି କରିଛନ୍ତି ଯେ ତାଙ୍କ ଦୁଇ ଝିଅ ଗୀତା କାମରାଜ ଏବଂ ଲତା କାମାରାଜଙ୍କୁ କୋଏମ୍ବାଟୁରରେ ଅବସ୍ଥିତ ଈଶା ଫାଉଣ୍ଡେସନରେ ବନ୍ଦୀ କରି ରଖାଯାଇଛି । ସେ ଅଭିଯୋଗ କରିଛନ୍ତି ଯେ ଏହି ସଂଗଠନ ଲୋକଙ୍କୁ ବ୍ରେନ୍ ୱାସ୍ ସହ ସେମାନଙ୍କୁ ସାଧୁରେ ପରିଣତ କରୁଛି ଏବଂ ସେମାନଙ୍କ ପରିବାର ସହ ସମ୍ପର୍କ ରଖିବାକୁ ମଧ୍ୟ ମନା କରୁଛି । ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)