Advertisment

ସୀନା ବୋରା ହତ୍ୟା ମାମଲା; ସାଢ଼େ ୬ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହେବେ ଇନ୍ଦ୍ରାଣୀ ମୁଖାର୍ଜୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିଲେ ଇନ୍ଦ୍ରାଣୀ । ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ବନ୍ଦ ରହିଥିଲେ । ସାଢ଼େ ୬ ବର୍ଷ କାଳ ଜେଲ୍‌ରେ ରହିବା ପରେ ଜାମିନ ପାଇଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Indrani Mukerjea

Indrani Mukerjea

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମିଳିଛି । ସିନା ବୋରାଙ୍କ ମା ଇନ୍ଦ୍ରାଣୀଙ୍କୁ ଜାମିନ ମଂଜୁର କରିଛନ୍ତି ସୁପ୍ରିମକୋର୍ଟ । ସାଢ଼େ ୬ ବର୍ଷ କାଳ ଜେଲ୍‌ରେ ରହିବା ପରେ ଜାମିନ ପାଇଛନ୍ତି ଇନ୍ଦ୍ରାଣୀ । ଝିଅ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖ୍ୟ ଅଭିଯୁକ୍ତ ଥିଲେ ।

Advertisment

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିଲେ ଇନ୍ଦ୍ରାଣୀ । ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ବନ୍ଦ ରହିଥିଲେ । ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମବରର ରାୟଙ୍କୁ ବନ୍ଧୁକ ସହ ଗିରଫ କରିବା ପରେ ​ଶୀନା ବୋରା ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଥିଲା ।

ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରୁଛୁ। ଜେଲ୍‌ରେ ସେ ସାଢ଼େ ୬ ବର୍ଷ ବିତାଇଲେଣି, ଯାହା ଯଥେଷ୍ଟ ହେଲାଣି। ଦୀର୍ଘ ସମୟ ଜେଲ୍‌ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍‌ଦାର୍‌। କିନ୍ତୁ, ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଉକ୍ତ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନାହୁଁ।

Advertisment

ସୁପ୍ରିମ୍‌ କୋର୍ଟ ଦର୍ଶାଇଛନ୍ତି ଯେ, ଏତେ ଶୀଘ୍ର ଏହି ମାମଲାର ବିଚାର ଶେଷ ହେବ ନାହିଁ। ଏ ପର୍ଯ୍ୟନ୍ତ ୫୦% ସାକ୍ଷୀଙ୍କର ବୟାନ ରେକର୍ଡ ଶେଷ ହୋଇନାହିଁ। ଏହି ମାମଲା ପାରିପାର୍ଶ୍ୱିକ ପ୍ରମାଣ ଆଧାରିତ ବୋଲି ବିଚାରପତିମାନେ ଗୁରୁତ୍ୱାରୋପ କରି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ବିଆର୍‌ ଗୱାଇ କହିଛନ୍ତି। ଏହାପୂର୍ବରୁ ୨୦୨୦ରେ ଏହି ମାମଲାର ସହ ଅଭିଯୁକ୍ତ ଥିବା ପିଟର ମୁଖାର୍ଜୀ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇସାରିଛନ୍ତି।

ଏହା ପୂର୍ବରୁ ସିବିଆଇ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନକୁ ବିରୋଧ କରି ନିଜ ଜବାବ ଦାଖଲ କରିଥିଲା। ସିବିଆଇ କହିଥିଲା, ଇନ୍ଦ୍ରାଣୀ ନିଜ ଝିଅକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଏବଂ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ଫେବୃଆରୀ ୧୮ରେ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ କୋର୍ଟ ସିବିଆଇକୁ ନୋଟିସ ଜାରି କରି ଏହାର ଜବାବ ମାଗିଥିଲେ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଇଁ ମୁକୁଲ ରୋହତଗି କହିଥିଲେ, ଏହି ମାମଲାରେ ୧୮୫ ଜଣ ସାକ୍ଷୀଙ୍କୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ । ଗତ ଦେଢ଼ ବର୍ଷରେ କୌଣସି ସାକ୍ଷୀଙ୍କ ଯାଞ୍ଚ କରାଯାଇ ନାହିଁ। ତାଙ୍କ ସ୍ୱାମୀ ଜାମିନରେ ଅଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜିଆ ମଧ୍ୟ ମାନସିକ ରୋଗରେ ପୀଡିତ। ଶିନା ବୋରା ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟର ନ୍ୟାୟିକ ହେପାଜତରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାପୂର୍ବରୁ ଇନ୍ଦ୍ରାଣୀ ମୁଖାର୍ଜୀ ବମ୍ବେ ହାଇକୋର୍ଟରୁ ଜାମିନ ପାଇ ପାରିନଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶିନା ବୋରା ହତ୍ୟାକାଣ୍ଡ ମାମଲରେ ୨୦୧୨ରୁ ସିବିଆଇ ତଦନ୍ତ କରୁଛି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିଜ ଝିଅ ଶିନା ବୋରାକୁ ହତ୍ୟା କରିବା ଅଭିଯୋଗ ରହିଛି। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଖାର୍ଜୀଙ୍କ ଉପରେ ମାମଲା ଚାଲିଛି। ତାଙ୍କୁ ମୁମ୍ବାଇ ଖାର୍‌ ପୁଲିସ ୨୦୧୫ ଅଗଷ୍ଟ ୨୫ ତାରିଖରେ ଏହି ମାମଲାରେ ଗିରଫ କରିଥିଲା। ସେ ସେପ୍ଟେମ୍ବର ୨୦୧୫ରୁ ବାଇକୁଲା ଜେଲ୍‌ରେ ବନ୍ଦୀ ଅଛନ୍ତି।

SupremeCourt Indrani Mukherjee Sheena Bora Murder Case
Advertisment
Advertisment