• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁଷ୍କର୍ମର ଯାଞ୍ଚ ପାଇଁ ୨ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଭଳି ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନାହିଁ । ଯେଉଁମାନେ ଏଭଳି ପରୀକ୍ଷା କରିବେ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ମତ ଦେଇଛନ୍ତି । କୌଣସି ପରିସ୍ଥିତିରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଯେପରି ୨ ଫିଙ୍ଗର ଟେଷ୍ଟ କରା ନଯିବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଷ୍କର୍ମ ଭଳି ୨ ଫିଙ୍ଗର ଟେଷ୍ଟ(Two-Finger Test) ମହିଳାଙ୍କୁ ବାରମ୍ବାର ଆଘାତ ପହଞ୍ଚାଇଥାଏ । ପୀଡିତାଙ୍କୁ ଆହୁରି ବେଦନା ଦେବା ସହ ଆଘାତ ମଧ୍ୟ ଦେଇଥାଏ । ଏଥିସହ ମେଡିକାଲ ପାଠ୍ୟକ୍ରମରେ ସାମିଲ ଥିବା ଏଭଳି ବ୍ୟବସ୍ଥାର ପୁନଃ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁମାନେ ଏଭଳି ପରୀକ୍ଷା କରିବେ ତାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ । ଝାଡଖଣ୍ଡରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନ ବିଚାରପତି ଜେଏସ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପରୀକ୍ଷାକୁ ନିସିଦ୍ଧ ପାଇଁ ସୁପାରିସ୍‌ କରିଥିଲେ । ୨୦୧୨‌ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ୨ ଫିଙ୍ଗର ଟେଷ୍ଟକୁ ନିଷିଦ୍ଧ କରିବା ପାଇଁ ସୁପାରିସ କରଯାଇଥିଲା । ଅପରାଧିକ ଆଇନ ସଂଶୋଧନ ୨୦୧୩ ଜରିଆରେ ଏହାକୁ ବେଆଇନ କରାଯାଇଥିଲା ।

ଏହା ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । ସୁପାରିସ ଆଧାରରେ ସବୁ ମେଡିକାଲ ପ୍ରତିଷ୍ଠାନକୁ ସରକାର ଦୁଷ୍କର୍ମ ଟେଷ୍ଟ କିଟ୍ ଯୋଗାଇ ଦେଇଥିବା ସତ୍ୱେ ଭାରତ ସମେତ ବିଶ୍ୱର ଅନ୍ୟ କେତେକ ଦେଶରେ ମଧ୍ୟ ୨ ଫିଙ୍ଗର ଟେଷ୍ଟ କରାଯାଉଛି ।