/odishatv-khabar/media/post_attachments/uploadimage/library/16_9/16_9_0/____1656405737.jpg)
Students Taken Ill After Eating Chicken Curry In Telangana
ବିଷାକ୍ତ ଚିକେନ୍ ଖାଇ ୧୬୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ୧୨୦ ଜଣ ଛାତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ତେଲେଙ୍ଗାନାରେ ଏହି ଘଟଣା ଘଟିଛି। ଅସୁସ୍ଥ ଛାତ୍ରୀମାନେ ଗୋଟିଏ ଛାତ୍ରୀ ନିବାସରେ ରହୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ତେଲେଙ୍ଗାନା ରାଜ୍ୟର ଏକ ଗୁରୁକୁଳ ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା। ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ। ପେଟରେ ଯନ୍ତ୍ରଣା ହେଉଥିବା ନେଇ ସ୍କୁଲ୍ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଅଧିକାରୀମାନେ ଏଥିପ୍ରତି ଏତେ ଗୁରୁତ୍ଵ ଦେଇନଥିଲେ।
ସନ୍ଧ୍ୟାରେ ୧୬୮ ଜଣ ଛାତ୍ରୀ ପେଟ ବ୍ୟଥା ସହ ଝାଡ଼ା ଓ ବାନ୍ତି କରି ବିଦ୍ୟାଳୟରେ ଏଣେତେଣେ ପଡ଼ି ରହିଥିଲେ। ପରେ ସ୍କୁଲ୍ ଅଧିକାରୀମାନେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ତେଲେଙ୍ଗାନା ଅର୍ଥମନ୍ତ୍ରୀ ହରିଶ ରାଓ ସମସ୍ତ ଛାତ୍ରୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୧୬୮ ଜଣ ଛାତ୍ରୀଙ୍କୁ ସ୍ଥାନୀୟ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରୁ ଗୁରୁତର ୧୨୦ ଛାତ୍ରୀ ଭେଣ୍ଟିଲେଟରରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)