Advertisment

ଦିଲ୍ଲୀ-NCRରେ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍‌ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଅଦ୍ୟତନ ହୋଇଛି
Earthquake Today in Delhi NCR

Earthquake in delhi

Advertisment

ଚୀନରେ ଭୂକମ୍ପ, ଦିଲ୍ଲୀରେ ଝଟକା । ଗତକାଲି ରାତିରେ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ରାଜ୍ୟରେ ଭୂକମ୍ପର ଝଟକା ଲାଗିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠୁ ଉତ୍ସବମୁଖର ଥିବା ବେଳେ ଲୋକଙ୍କୁ ଅଳ୍ପ ଭୟଭୀତ କରିଦେଇଛି ଭୂକମ୍ପ। ତେବେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ପରେ ଲୋକେ ଭୟରେ ଘରୁ ବାହାରି ଆସିଛନ୍ତି।

Advertisment

ତେବେ ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍‌ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି । ସ୍ଥଳଭାଗରୁ ୮୦ କିଲୋମିଟର ଭିତରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ସେହିପରି କାଜାଖସ୍ତାନରେ ମଧ୍ୟ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।

ଏହା ପୂର୍ବରୁ ଚଳିତ ମାସ ୧୧ ତାରିଖରେ ମଧ୍ୟ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାନୁଆରୀ ୧୧ରେ ଦିଲ୍ଲୀ-ଏନ୍‌ସିଆରରେ  ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ତେବେ ଏହାର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଫୈଜାବାଦରେ ଥିବା ଜଣାପଡ଼ିଥିଲା । ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୬.୨ ରହିଥିଲା। 

Advertisment
Delhi Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ