/odishatv-khabar/media/post_attachments/uploadimage/library/16_9/16_9_0/earthquake-8_1626934934.jpg)
Earthquake
ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଦିଲ୍ଲୀ ସହ ଜମ୍ମୁ-କାଶ୍ମୀର, ହରିୟାଣାରେ ବି ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି।
ଉତ୍ତରପ୍ରଦେଶର ନୋଏଡାରେ ମଧ୍ୟ ୨୦ ସେକେଣ୍ଡ ପାଇଁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ-ତାଜିକସ୍ତାନ ସୀମାରେ ଆଜି ସକାଳ ୯ଟା ୪୫ ମିନିଟ୍ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୮୧ କି.ମି. ଥିଲା। ଏନେଇ National Centre for Seismology ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
Earthquake of Magnitude:5.7, Occurred on 05-02-2022, 09:45:59 IST, Lat: 36.340 & Long: 71.05, Depth: 181 Km ,Location: Afghanistan-Tajikistan Border Region, for more information download the BhooKamp App https://t.co/5E23iK2nl2pic.twitter.com/qQ0w5WSPJr
— National Center for Seismology (@NCS_Earthquake) February 5, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)