Advertisment

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଝରକା କାଚ...

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼। ଦୁର୍ବୃତ୍ତଙ୍କ ପଥର ମାଡ଼ରେ କିଛି ବଗିର ଝରକା କାଚ ଭାଙ୍ଗି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Stones Thrown At Vande Bharat Express In West Bengal

Stones Thrown At Vande Bharat Express In West Bengal

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍(Vande Bharat Express) ଉପରକୁ ପଥର ମାଡ଼। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଫାରକ୍କା ଅଞ୍ଚଳରେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳଛି। ଦୁର୍ବୃତ୍ତଙ୍କ ପଥର ମାଡ଼ରେ କିଛି ବଗିର ଝରକା କାଚ ଭାଙ୍ଗି ଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି।

Advertisment

ଅନ୍ୟପକ୍ଷେ, ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଏହାର ତଦନ୍ତ କରାଯାଉଥିବା ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସଂପର୍କ ଅଧିକାରୀ କହିଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ଘଟଣା ସାମ୍ନାକୁ ଆସିଛି।

ସୂଚନାଥାଉ କି, ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଦାର୍ଜିଲିଂ ଜିଲ୍ଲା ଫନ୍ସିଦେୱା ଅଞ୍ଚଳ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ଟ୍ରେନ୍‌ର ୨ଟି କୋଚ୍‌ର କାଚ ଭାଙ୍ଗି ଯାଇଥିଲା। ଜାନୁଆରୀରେ ଏହା ଦ୍ୱିତୀୟ ଘଟଣା ଥିଲା। ଏହାପୂର୍ବରୁ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ହୋଇଥିଲା।

Advertisment
Vande Bharat Express
Advertisment
Advertisment