Advertisment

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ !

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ ! ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି।

author-image
Rajalaxmi Sahoo
Spring Loaded Fans To Prevent Suicides

Spring Loaded Fans To Prevent Suicides

ଆତ୍ମହତ୍ୟା କମାଇବ ଫ୍ୟାନ୍‌ ! ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି। ରାଜସ୍ଥାନ କୋଟାର ହଷ୍ଟେଲ ଗୁଡ଼ିକରେ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ ଲଗାଇବା କାମ ଆରମ୍ଭ ହୋଇଛି।

Advertisment

ଏହା ଏପରି ଏକ ଫ୍ୟାନ୍‌, ଯେଉଁଥିରେ ଜଣେ ବ୍ୟକ୍ତି ବେକରେ କୌଣସି ଜିନିଷ ବାନ୍ଧି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ, ସ୍ପ୍ରିଙ୍ଗ୍‌ରେ ଫ୍ୟାନ୍‌ଟି ତଳକୁ ଆସ୍ତେ ଆସ୍ତେ ଖସି ଆସିବ।ଫଳରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଲୋକଟି ଚଟାଣରେ ଠିଆ ହୋଇଯିବ ଏବଂ ଆତ୍ମହତ୍ୟାରୁ ବର୍ତ୍ତି ଯାଇପାରିବ।

Advertisment

ଗତ କିଛି ଦିନ ହେବ ରାଜସ୍ଥାନ କୋଟାରେ ହଷ୍ଟେଲ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି। ତେଣୁ ହଷ୍ଟେଲ ଗୁଡ଼ିକରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୋଟାରେ ୨୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆତ୍ମହତ୍ୟା କରିବା ଆଇନତଃ ଦଣ୍ଡନୀୟ ଅପରାଧ। 

Advertisment
Advertisment