ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ । ଆଜି ସ୍ପାଇସ୍ଜେଟ୍ର SG-୪୮୬ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅପେକ୍ଷା କରିଥିଲା । ପ୍ରାୟ ଦେଢ଼ ଘଣ୍ଟା ହେବ ଯାତ୍ରୀ ଟେକ୍ ଅଫ୍ ପାଇଁ ବିମାନ ଭିତରେ ଅପେକ୍ଷା କରିଥିଲେ ।
ହେଲେ ଏହି ସମୟରେ AC ଚାଲିନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ବିମାନରେ ଥିବା ଯାତ୍ରୀ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ । ତଥାପି ଚାଲିନଥିଲା AC । ପରିସ୍ଥିତି ଏମିତି ହୋଇଥିଲା କି ଶେଷରେ ବାଧ୍ୟ ହୋଇ ଲୋକେ ପାଖରେ ଥିବା କାଗଜ, ମେଗାଜିନ୍, ପାମ୍ପଲେଟ୍କୁ ବିଞ୍ଛଣା ଭଳି ବ୍ୟବହାର କରିଥିଲେ ।
Also Read
#WATCH | SpiceJet passengers travelling from Delhi to Darbhanga (SG 476) had to wait inside an aircraft without air conditioning (AC) for over an hour amid the ongoing heatwave, with several feeling unwell. pic.twitter.com/cIj2Uu1SQT
— ANI (@ANI) June 19, 2024
ପ୍ରବଳ ଗରମ ହେତୁ କିଛି ଯାତ୍ରୀ ଅଣନିଶ୍ୱାସୀ ହୋଇଯାଇଥିବା ଖବର ମିଳିଛି । ଅତ୍ୟଧିକ ଉତ୍ତାପ ଏବଂ ଭେଣ୍ଟିଲେସନ୍ ଅଭାବ ହେତୁ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ବୃଦ୍ଧ ଓ ଛୋଟ ପିଲାମାନଙ୍କ ସମେତ ଅନେକ ଯାତ୍ରୀଙ୍କଠାରେ ଗରମ ଥକାପଣର ଲକ୍ଷଣ ଦେଖିବାକୁ ମିଳିଥିଲା ।
ଚେକ୍ ଇନ୍ ପରେ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏୟାର କଣ୍ଡିସିନର ସୁଇଚ୍ ଅନ୍ କରିନଥିବା ଅଭିଯୋଗ ହୋଇଛି । ଭିତରର ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଛୁଇଁଥିଲା । ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଏସି ସୁଇଚ୍ ଅନ୍ କରାଯାଇଥିଲା ବୋଲି ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି । ସେପଟେ ଘଟଣାକୁ ନେଇ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।