• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡିଲା ବିମାନରେ ଦୁର୍ବ୍ୟବହାର । ମହିଳା କେବିନ କ୍ରୁ ମେମ୍ବରଙ୍କୁ ଅସଦାଚରଣ କରି ବନ୍ଧାହେଲେ ଅଭିଯୁକ୍ତ ଯାତ୍ରୀ । ସ୍ପାଇସଜେଟ୍‌ ସିକ୍ୟୁରିଟି ପକ୍ଷରୁ ଏସମ୍ପର୍କରେ ଥାନାରେ ଅଭିଯୋଗ କରା ଯାଇଥିଲା । ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଅବସର ଆଲାମଙ୍କୁ ଗିରଫ କରାଯାଇଛି ।

ଗତକାଲି ଦିଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିବା ସ୍ପାଇସ୍ ଜେଟ୍ ବିମାନରେ ଏଭଳି କିଛି ଦେଖିବାକୁ ମିଳିଥିଲା । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ମହିଳା କେବିନ କ୍ରୁ ମେମ୍ବରଙ୍କୁ ଅସଦାଚରଣ କରିବା ସହ ବିଶୃଙ୍ଖଳା ଓ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଆଉ ଜଣେ ମହିଳା କେବିନ କ୍ରୁ ମେମ୍ବର ଏ ନେଇ ଅଭିଯୋଗ ପରେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ସଦସ୍ୟ ଜଣକ ଅଭିଯୋଗ କରିଛନ୍ତି ।

ତେବେ ବିମାନରେ ବିଶୃଙ୍ଖଳା ପରିସ୍ଥିକୁ ଏଡାଇବା ପାଇଁ ଯାତ୍ରୀ ଜଣଙ୍କୁ ବିମାନ କର୍ତ୍ତୃପକ୍ଷ ଓହ୍ଲାଇ ଦେଇଥିଲେ । ଆଉ ଏବେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଯାତ୍ରୀ ଜଣକ କହିଛନ୍ତି, ସେପରି କୌଣସି ଦୁର୍ବବହାର ସେ କରିନାହାଁନ୍ତି । ସଂପୃକ୍ତ ଯାତ୍ରୀବିମାନରେ ସ୍ପଳ୍ପ ସ୍ଥାନ ରହିଥିବାରୁ ଏକ ଭୁଲ ବୁଝାମଣା ଦେଖାଦେଇଥିଲା । ଏଥିପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି .. ।

କେବେ ଘଟିଥିଲା ଘଟଣା ?

ଏହି ଘଟଣା ୨୩ ଜାନୁଆରୀରେ ଘଟିଛି ​​। ସ୍ପାଇସଜେଟର ୱେଟ୍‌ ଲିଟ୍‌ କୋରେଣ୍ଡନ୍ ବିମାନ (SG-8133) ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଆଉ ବିମାନରେ ଜଣେ ଯାତ୍ରୀ ଅଶୋଭନୀୟ ଆଚରଣ କରିଥିଲେ । ଏହି ପ୍ରସଙ୍ଗରେ କ୍ରୁ ସଦସ୍ୟମାନେ PIC ଏବଂ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।