Advertisment

ଦୁବାଇ ଯାଉଥିଲା, କରାଚୀରେ ଲ୍ୟାଣ୍ଡ୍‌ କଲା SpiceJet ବିମାନ

ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ ଜେଟ୍‌ର SG-11 ବିମାନକୁ କରାଚୀକୁ ଡାଇଭର୍ଟ କରାଯାଇଥିଲା। ଏହାପରେ ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା।

author-image
Rajalaxmi Sahoo
SpiceJet Flight From Delhi To Dubai Diverted To Karachi

SpiceJet Flight From Delhi To Dubai Diverted To Karachi

କରାଚୀରେ ସ୍ପାଇସ୍‌ ଜେଟ୍‌(SpiceJet) ବିମାନର ଲ୍ୟାଣ୍ଡିଂ। ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ ଜେଟ୍‌ର SG-11 ବିମାନକୁ କରାଚୀକୁ ଡାଇଭର୍ଟ କରାଯାଇଥିଲା। ଏହାପରେ ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଏହା ଏମରଜେନ୍ସି ଲ୍ୟାଣ୍ଡିଂ ନୁହେଁ ବୋଲି ଏୟାରଲାଇନ୍‌ ପକ୍ଷରୁ କୁହାଯାଇଛି। 

Advertisment

ସୂଚନା ଅନୁସାରେ, ଆଜି ସ୍ପାଇସ୍‌ ଜେଟ୍‌ର SG-11 ବିମାନ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିଲା। ତେବେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ କରାଚୀକୁ ଡାଇଭର୍ଟ କରାଯାଇଥିଲା ଓ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା। ଏହା ଏମରଜେନ୍ସି ଲ୍ୟାଣ୍ଡିଂ ନୁହେଁ ବରଂ ଯାନ୍ତ୍ରିକ ତ୍ରୁଟିରୁ ନର୍ମାଲ ଲ୍ୟାଣ୍ଡିଂ ହୋଇଥିବା ସ୍ପାଇସ୍ ଜେଟ୍ ଏୟାରଲାଇନ୍‌ ପକ୍ଷରୁ କୁହାଯାଇଛି। କରାଚୀକୁ ଆଉ ଏକ ବିମାନ ପଠା ଯାଇଛି। ସେହି ବିମାନରେ ଯାତ୍ରୀମାନେ ଦୁବାଇକୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଜୁନ୍‌ ୧୯ରେ ସ୍ପାଇସ୍‌ ଜେଟ୍‌ର ଏକ ବିମାନ ୧୮୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପାଟନାରେ ଏମରଜେନ୍ସି ଳ୍ୟାଣ୍ଡିଂ କରିଥିଲା। ଉଡ଼ାଣ ଭରିବା ବେଳେ ବିମାନରେ ପକ୍ଷୀ ମାଡ଼ ହେବା ଯୋଗୁ ବିମାନର ବାମପଟ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଫଳରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। 

Advertisment
SpiceJet Flight Emergency Landing SpiceJet Flight
Advertisment
Advertisment