/odishatv-khabar/media/post_attachments/uploadimage/library/16_9/16_9_0/accident_1684724667.jpg)
accident
ଗରିବଦୁଃଖୀଙ୍କ ଜୀବନର ମୂଲ୍ୟ କ’ଣ କିଛି ନାହିଁ ? ଜୀବନ ଡଙ୍ଗାରେ ଏକା ନାଉରୀ ସାଜିଥିବା ମଣିଷ କ’ଣ ଏହିପରି ଜୀବନ ହାରିବ ? ତା’ ଅନ୍ତେ ଏବେ ତା ପରିବାର କଥା ବୁଝିବ କିଏ, ଛୋଟ ଛୋଟ ପିଲାଙ୍କ ପେଟ ପାଳିବ କିଏ ? କିରାଣା ଦୋକାନ କରି ପରିବାର ପୋଷୁଥିବା ଜଣେ ଯୁବକ BMW କାର୍ ଧକ୍କାରେ ଜୀବନ ହରାଇଛନ୍ତି । ଆଉ କାର୍କୁ ଚଳାଉଥିଲେ ଜଣେ ଧନୀକ ଯୁବତୀ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଛି ।
ପାର୍ଟିରୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ବିଏମଡବ୍ଲୁ କାର ଧକ୍କାରେ କିରାଣା ଦୋକାନୀଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀର ମୋତି ନଗର ଅଂଚଳରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଏ ବାବଦରେ ମାମଲା ଦାଏର କରିଛି । ଏହା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବତୀ ମଧ୍ୟ ଗିରଫ କରାଯାଇଛି । ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରିଥିଲେ କି ନେଇ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।
ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ ଅଘଟଣ, ବସ୍ ଧକ୍କାରେ ଆଗପଛ ହୋଇ ଚାଲିଗଲେ ବାପା ଓ ଦୁଇ ଝିଅ
ଯୁବତୀଙ୍କ ଗାଡ଼ି ଧକ୍କାରେ ଏକ ଗ୍ରୋସରୀ ଦୋକାନ ଚଳାଉଥିବା ୩୬ ବର୍ଷିୟ ଅଜୟ ଗୁପ୍ତାଙ୍କର ମୃତ୍ୟୁ ଘଟିଛି । ସେ ଡାକ୍ତରଖାନାରୁ ଔଷଧ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଛି । ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗିରଫ ହୋଇଥିବା ଯୁବତୀ ଜଣକ ବୃତ୍ତିରେ ଜଣେ ଆର୍କିଟେକ୍ଟ । ସେ ଦ୍ରୁତ ଗତିରେ ବିଏମଡବ୍ଲୁ ଗାଡ଼ି ଚଳାଉଥିବାର ଅଭିଯୋଗ ହୋଇଛି । ପ୍ରଥମେ ଏକ ଜେନେରେଟରକୁ ଧକ୍କା ଦେଇଥିଲେ ତା’ପରେ ଅଜୟ ଗୁପ୍ତାଙ୍କୁ ନିଜ କାର୍ରେ ଦଳିଦେଇଥିଲେ ।
ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ଆଧାରରେ ଦୁର୍ଘଟଣା ସମୟରେ କାରର ବେଗ ଯାଞ୍ଚ କରୁଛି ପୋଲିସ୍ । ଏହି ଦୁର୍ଘଟଣା ପରେ ଅନେକ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ପୋଲିସ୍ ଓ ଅଭିଯୁକ୍ତଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଦିଲ୍ଲୀରେ ବାରମ୍ବାର ଏପରି ଘଟଣା ଘଟୁଥିବାବେଳେ ପୁଲିସ ହାତବାନ୍ଧି ବସି ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)