Advertisment

‘ତ୍ୱରିତ ନ୍ୟାୟକୁ ଗୁରୁତ୍ୱ; ନିର୍ଦ୍ଦୋଷ ଲୋକଟି ଯେମିତି ଦଣ୍ତ ନ ପାଉ’

ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ।

author-image
Manoranjan Behera
ଅଦ୍ୟତନ ହୋଇଛି
President Draupadi Murmu

President Draupadi Murmu

ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଏଭଳି କହିଛନ୍ତି ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିବା ସହ ଓଡ଼ିଶାର ସହିଦ ପଦ୍ମପାଣି ଆଚାର୍ଯ୍ୟଙ୍କ କଥା କହିଥିଲେ। ବୀରମାଟି କଟକକୁ ପ୍ରଣାମ କରି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା କହି ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ବଖାଣିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ‘ବିଳମ୍ବିତ ନ୍ୟାୟ ଚିନ୍ତାର ବିଷୟ ହୋଇପଡ଼ିଛି । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକଙ୍କ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ। ବଞ୍ଚିତମାନଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳୁ। ଏକଥା ମୁଁ ଆଗରୁ କହି ଆସିଛି। ଏବେ ପୁଣି ସେହି କଥାକୁ ଦୋହରାଉଛି’ । ସେ ଆହୁରି କହିଛନ୍ତି ଯେ ‘ଅନେକ ଆଇନଜୀବୀ ମାଗଣାରେ ସେବା କରୁଛନ୍ତି । ଏହାଦ୍ୱାରା ସାଧାରଣ ଲୋକ ବି ସହଜରେ ନ୍ୟାୟ ପାଇପାରିବେ ବୋଲି ଆଶା’।

ରାଷ୍ଟ୍ରପତିଙ୍କ ସହ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ବାର୍‌ ଆସୋସିଏସନର ସଭାପତି ଧରଣୀଧର ନାୟକ ଓ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ଉତ୍ସବରେ ଆଡଭୋକେଟ ଜେନେରାଲ, ବାର୍ କାଉନସିଲ୍ ଅଧ୍ୟକ୍ଷ, ହାଇକୋର୍ଟର ସମସ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟୁଜିୟମ୍ ଅଫ ଜଷ୍ଟିସ୍ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

President Of India President Draupadi Murmu
Advertisment
Advertisment