• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରିବାରିକ ମାମଲାରେ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ । ପତ୍ନୀ ଓ ପିଲାଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ । ପିଲାଙ୍କ ଦାୟିତ୍ୱ ବୁଝିବାରୁ ସେ ବିରତ ହୋଇପାରିବେ ନାହିଁ । ଏମିତିକି କୋର୍ଟ କହିଛନ୍ତି ଯଦି ପିଲା ଓ ପତ୍ନୀ ଙ୍କ ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବାକୁ ପଡେ ତେବେ ସେମାନେ କରିବାକୁ ବାଧ୍ୟ । ଏମିତିକି କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍‌ ।

କେବଳ ଏତିକି ନୁହେଁ ବରଂ ବିବାହ ବିଚ୍ଛେଦ ହୋଇଥିଲେ ବି ପତ୍ନୀ ଓ ନାବାଳକ ପିଲାର ଭରଣପୋଷଣ ସ୍ୱାମୀଙ୍କର ହିଁ ଦାୟିତ୍ୱ । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଆଉ ଶୁଣାଣି ପରେ ଏହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।ତେବେ କୋର୍ଟଙ୍କ କହିବା ଅନୁଯାୟୀ, ସ୍ତ୍ରୀ ଓ ପିଲାଙ୍କ ପାଇଁ ଦରକାର ପଡିଲେ ସ୍ୱାମୀ କରିବେ ଶାରିରୀକ ପରିଶ୍ରମ । ଧାରା ସିଆରପିସି ୧୨୫ ଅନୁସାରେ ପିଲା ଓ ସ୍ତ୍ରୀଙ୍କ ଦାୟିତ୍ୱ ନେବେ ସ୍ୱାମୀ । ଏହି ବଡ଼ ଦାୟିତ୍ୱରୁ ନିଜକୁ ଖସାଇପାରିବେନି ସ୍ୱାମୀ । ଶାରିରୀକ ସକ୍ଷମ ନଥିଲେ ତାହା ଭିନ୍ନ କଥା ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠକୁ ଏକ ମାମଲା ଯାଇଥିଲା । ମାମଲାରେ ଭରଣ ପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜଣେ ପତ୍ନୀ । ସେପଟେ ପତ୍ନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସ୍ୱାମୀ କହିଥିଲେ, ବ୍ୟବସାୟ କ୍ଷେତ୍ରରେ କ୍ଷତି ହୋଇଥିବାରୁ ଅର୍ଥ ଦେଇପାରୁନି । ଆଉ କୋର୍ଟ କହିଛନ୍ତି, ପିଲା ଓ ପତ୍ନୀଙ୍କ ଦାୟିତ୍ୱ ନେବା ସ୍ୱାମୀଙ୍କର ନୈତିକ କର୍ତ୍ତବ୍ୟ ଏବଂ ଏଥିପାଇଁ ଆପଣ ନିଜେ ପରିଶ୍ରମ କରନ୍ତୁ । କେବଳ ଏତିକି ନୁହେଁ ବରଂ ସ୍ୱାମୀଙ୍କ ଯୁକ୍ତିକୁ ଖାରଜ କରିଦେବା ସହିତ ପତ୍ନୀଙ୍କୁ ମାସିକ ୧୦ ହଜାର ଓ ପିଲାଙ୍କୁ ୬ ହଜାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।