Advertisment

ଦିନେ ଇଂରାଜୀ ଅଧ୍ୟାପକ ଥିଲେ, ଆଜି ଅଟୋ ଚଳାଉଛନ୍ତି, ହେଲେ କାହିଁକି ?

ବୟସ ୭୪ ଏବଂ ନା ପଟାବି ରମନ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ପଟାବି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପାସେଞ୍ଜର ଅଟୋ ଚଲାଇ ପରିବାର ପ୍ରତିପ୍ରତୋଷ କରୁଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Auto Driver

Auto Driver

ଅଟୋ ଚଲାଉଛନ୍ତି ଇଂରାଜୀ ଅଧ୍ୟାପକ । ୧୪ ବର୍ଷ ହେଲାଣି ଲୋକଙ୍କ ସେବାରେ ରମନା ଦିନକୁ ରୋଜଗାର ୧୫ ଶହ ଟଙ୍କା ନିଜକୁ ଭାବନ୍ତି ରାସ୍ତାର ରାଜା । ଇଂରାଜୀରେ ଅଧ୍ୟାପକ ଅଛନ୍ତି ହେଲେ ରାସ୍ତାରେ ଅଟୋ ଚଳାଉଛନ୍ତି। ହୁଏତ ଏହି ଘଟଣା ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ କରିଦେବ। ଆଉ ଆପଣ କହିବେ ଜଣେ ଅଧ୍ୟାପକ କେଉଁ ପରିସ୍ଥିତିରେ ଅଟୋ ଚଳାଉଛନ୍ତି? ଆଜ୍ଞା ହଁ, ଅଧ୍ୟାପକ ଥାଇ ବି ଏହି ଅଧ୍ୟାପକ ଜଣକ ରାସ୍ତାରେ ଘାଇଁ ଘାଇଁ କରି ଅଟୋ ଚଳାଉଛନ୍ତି। ଆଉ ଦିନକୁ ପ୍ରାୟ ୧୫ ଶହ ଟଙ୍କା ବି ରୋଜଗାର କରୁଛନ୍ତି ।

Advertisment

ବୟସ ୭୪ ଏବଂ ନା ପଟାବି ରମନ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ପଟାବି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପାସେଞ୍ଜର ଅଟୋ ଚଲାଇ ପରିବାର ପ୍ରତିପ୍ରତୋଷ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ପଟାବି ମୁମ୍ବାଇର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଇଂରାଜୀରେ ଅଧ୍ୟାପକ ଥିଲେ। ଆଉ ଦରମା ବି ବେଶି ନଥିଲା। ଯେତିକି ସାଲାରୀ ମିଳୁଥିଲା ସେତିକିରେ ପରିବାର ଚଳାଇବା କଷ୍ଟକର ଥିଲା। ତେଣୁ କେମିତି ଅଧିକ ଟଙ୍କା ରୋଜଗାର କରିବେ ସେନେଇ ଚିନ୍ତାରେ ରହୁଥିଲେ ପଟାବି।

ଚାକିରି ବେଳେ ତ ଭଲ ଦରମା ପାଉନଥିଲେ ଶେଷରେ ପେନ୍‌ସନ୍‌ ବି ପାଇଲେନି। ତେବେ ଏହାରି ମଧ୍ୟରେ କିଛି କରିବାର ନିଶା ତାଙ୍କୁ ବାୟା କରିଥିଲା। ଶେଷରେ ସେ ନିଷ୍ପତ୍ତି ନେଇଥିଲେ କି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବେ। ଶେଷରେ ମୁମ୍ବାଇରୁ ବେଙ୍ଗାଲୁରୁ ଆସି ଅଟୋ ଚଳାଇଲେ ପଟାବି । ସେ କୁହନ୍ତି କି, ଏବେ ଅଟୋ ଚଳାଇ ଦିନକୁ ପ୍ରାୟ ୭୦୦ ରୁ ୧୫ ଶହ ଟଙ୍କା ସେ ରୋଜଗାର କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବୟସର ଅପରାହ୍ନର ପହଞ୍ଚିବି ସେ କେବେ ହାର ମାନିନାହାନ୍ତି। ବରଂ ନିଜେ ଓ ନିଜ ପରିବାରକୁ ବେଶ୍‌ ଭଲରେ ଚଳାଉଛନ୍ତି।

Advertisment

ଏତିକି ରୋଜଗାରରେ ସେ ଆଉ ତାଙ୍କ ଗାର୍ଲପ୍ରେଣ୍ଡ ବେଶ୍‌ ଖୁସିଥିବା କୁହନ୍ତି ପଟାବି। ଏଠାରେ କହିରଖୁଛୁ କି ପଟାବୀ ନିଜ ପତ୍ନୀଙ୍କୁ ଗାର୍ଲପ୍ରେଣ୍ଡ ହିଁ ଡାକନ୍ତି। ପଟାବି ଆହୁରି ମଧ୍ୟ କୁହନ୍ତି, ମୁଁ ନିଜକୁ ରାସ୍ତାର ରାଜା ଭାବେ। ଅଟୋ ଚଳାଇବା ପାଇଁ କେବେ ସଙ୍କୋଚ କରେନି। କାରଣ ମୁଁ କୌଣସି ଖରାପ କାମ କରୁନି କି କାହା ପାଖରେ ମୁଣ୍ଡ ବିକିନି। ଯେତେବେଳେ ଇଚ୍ଛା ହେବ ଗାଡ଼ି ଚଳାଇବି ନଚେତ୍‌ ଘରେ ବସିବି । ସେ ଯାହା ବି ହେଉ ଏହି ଅଟୋ ଚାଳକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।

Auto Driver Special Story English Teacher
Advertisment
Advertisment