Advertisment

ଶଶୀ ବଦନାମ ହୁଇ ସୁପ୍ରିୟା କେ ଲିୟେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶଶୀଙ୍କ ଏହି ଭିଡ଼ିଓ...

ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍‌ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

author-image
Otv Khabar Bureau
Shashi Tharoor

Shashi Tharoor

ଚର୍ଚ୍ଚାରେ କଂଗ୍ରେସ ସାଂସଦ ଶଶୀ ଥରୁର । ଗୃହରେ ଆଲୋଚନା ବେଳେ ଗପରେ ଥିଲା ମସଗୁଲ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଭିଡ଼ିଓ ଲୋକସଭାରେ ସରଗରମ ଆଲୋଚନା ଚାଲିଥାଏ। କିନ୍ତୁ ଆଲୋଚନାକୁ ନଶୁଣି ନିଜର ସାଂସଦ ସାଥୀଙ୍କ ସହ ଗପରେ ମସଗୁଲ ଥିଲେ କଂଗ୍ରେସର ବରିଷ୍ଠ ତଥା ଚର୍ଚ୍ଚିତ ନେତା ଶଶୀ ଥରୁର।

Advertisment

ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍‌ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମହିଳା ସାଂସଦଙ୍କ ସହ ବିଭିନ୍ନ ଘଟଣାରେ ବିବାଦୀୟ ହୋଇଥିବା ଶଶୀଥରୁର ପୁଣି ଜଣେ ମହିଳା ସାଂସଦଙ୍କ ସହ ଗପି ଚର୍ଚ୍ଚା ପରିସରକୁ ଆସିଛନ୍ତି।

ଭାଇରାଲ ହୋଇଥିବା ଏହି ଭିଡିଓରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭାଷଣ ଚାଲିଥିବାବେଳେ ଶଶୀ ଥରୁର ନିଜ ଜାଗାରୁ ଉଠିଆସି ବାରାମତି ଏମପି ସୁପ୍ରିୟା ସୁଲେଙ୍କ ସହ କଥାରେ ମଜ୍ଜିଯାଇଥିବା ଦେଖିବାକୁ ମିଳୁଛି। ଆପଣ ବି ସେହି ସମୟର କିଛି ଦୃଶ୍ୟକୁ ଭଲରେ ଦେଖନ୍ତୁ...

Advertisment

ଗପରେ ଏତେ ମଜିଯାଇଛନ୍ତି ଥରୁର ଯେ, ଟେବୁଲ ଉପରେ ମୁହଁକୁ ମାଡ଼ି ସୁପ୍ରିୟାଙ୍କ ଆଡକୁ ଚାହିଁରହିଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁଜର୍ସମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି। ଟ୍ୱିଟରରେ ଲେଖାଯାଇଛି ‘ଅମର ପ୍ରେମ୍’ ଚଳଚ୍ଚିତ୍ରର ସଦାବାହାର ଗୀତ । ‘କୁଛ ତୋ ଲୋଗ୍ କହେଙ୍ଗେ ଲୋଗୋଁକା କାମ ହୈ କେହେନା…’ ଏହି ପୁରା ଗୀତଟିକୁ କେତେ ଜଣ ପୋଷ୍ଟ ବି କରିଦେଇଛନ୍ତି ।

ସେପଟେ ଭିଡ଼ିଓ ଭାଇରାଲ ହେବା ପରେ ଥରୁର ସଫେଇ ଦେଇ କହିଛନ୍ତି, ଫାରୁକଙ୍କ ପରେ ପରବର୍ତ୍ତୀ ବକ୍ତ ଥିଲେ ସୁପ୍ରିୟା। ତେଣୁ କେଉଁ ପ୍ରସଙ୍ଗରେ କେମିତି ଆଲୋଚନା ହେବ ସେନେଇ ଆମେ ଆଲୋଚନା କରୁଥିଲୁ ବୋଲି ଥରୁର କହିଛନ୍ତି। ଏଠାରେ କହିରଖୁଛୁ କି, ୨୦୧୦ରେ ଥରୁର ତୃତୀୟ ଥର ପାଇଁ ସୁନନ୍ଦା ପୁଷ୍କରଙ୍କୁ ବିବାହ କରିଥିଲେ ଥରୁର । ହେଲେ ଏହି ବିବାହ ବି ତିଷ୍ଠିଲା ନାହିଁ ।

ବିବାହର କିଛି ମାତ୍ର ବର୍ଷ ପରେ ତାଙ୍କ ବାସଭବନରୁ ସୁନନ୍ଦଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । । କିଛି ମାସ ପୂର୍ବରୁ ଅଧିବେଶନ ସମୟରେ ଏକାଧିକ ମହିଳା ସାଂସଦଙ୍କ ଗହଣରେ ଫଟୋ ଉଠାଇ ଟ୍ରୋଲ ହୋଇଥିଲେ ଥରୁର୍ । ଆଉ ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ଥରୁର କେମିତି ଶୈଳୀରେ ଗପୁ ଥିଲେ ସେନେଇ ଏବେ ଭାରି ଚର୍ଚ୍ଚା ଚାଲିଛି।

Viral Video Shashi Tharoor
Advertisment
Advertisment