Advertisment

ଭାରତରେ ବଢୁଛି ପାକିସ୍ତାନରେ କମୁଛି। ଆମର ୧୧୫ ତାଙ୍କର ମାତ୍ର ୬୩

ପଡ଼ୋଶୀ ପାକିସ୍ତାନରେ ବି ଆମ ଦେଶରୁ ବହୁତ କମ୍‌ ରହିଛି ତୈଳ ଦର। ଗୋଟିଏ ପଟେ ଅଶୌଧିତ ତଳେ ପୂର୍ବ ଅପେକ୍ଷା କମ୍‌ ରହିବା ପରେ ମଧ୍ୟ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର ।

author-image
Otv Khabar Bureau
Know At What Price Our ‘Neighbours’ Are Getting Fuel

Know At What Price Our ‘Neighbours’ Are Getting Fuel

ହୁ ହୁ ହୋଇ ବଢିବାରେ ଲାଗିଲାଣି ପେଟ୍ରୋଲ ଦର। ସକାଳ ହେଲା ମାନେ ନୂଆ ଦର ଲାଗୁ କରୁଛନ୍ତି ପେଟ୍ରୋଲିୟନମ କମ୍ପାନୀ। ଆଉ ଏହାରି ମଧ୍ୟରେ ଅନ୍ୟ ଦେଶରେ କେତେ ରହିଛି ତୈଳ ଦର ତାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି କି ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆମଠୁ ଢେର୍‌ କମ ରହିଛି ପେଟ୍ରୋଲ ଓ ଡିଜେଲ ଦର।

Advertisment

କେବଳ ଏତିକି ନୁହେଁ ବରଂ ପଡ଼ୋଶୀ ପାକିସ୍ତାନରେ ବି ଆମ ଦେଶରୁ ବହୁତ କମ୍‌ ରହିଛି ତୈଳ ଦର। ଗୋଟିଏ ପଟେ ଅଶୌଧିତ ତଳେ ପୂର୍ବ ଅପେକ୍ଷା କମ୍‌ ରହିବା ପରେ ମଧ୍ୟ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର ।

ଭାରତରେ ପେଟ୍ରୋଲ ଦର ଏବେ ୧୧୫ ରହିଥିବା ବେଳେ ଡିଜେଲ ଦର ପାଖାପାଖି ୧୦୦ ରହିଛି । ସେହିପରି ପାକିସ୍ତାନରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୬୩ ଟଙ୍କା ରହିଛି । ଏମିତିକି ଘୋର ଆର୍ଥିକ ସଙ୍କଟ ପରେ ମଧ୍ୟ ଶ୍ରୀଲଙ୍କାରେ ୭୬ ଟଙ୍କା, ବାଂଲାଦେଶରେ ୭୯ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ । ଭୂଟାନରେ ୮୬ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ନେପାଳରେ ୯୭ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ ।

Advertisment

ତେବେ କାହିଁକି ବାରମ୍ବାର ଏମିତି ଭାବରେ ତୈଳ ଦର ବଢୁଛି, ସେନେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାରତରେ ତୈଳ ଦର ବଢିବା ପାଇଁ କେବଳ ଅନ୍ତର୍ଜାତୀୟ ବଜାର ହିଁ ଦାୟୀ। ସେ ଯାହା ବି ହେଉ ଯଦି ଏମିତି ଭାବରେ ତୈଳ ଦର ବୃଦ୍ଧି ପାଇବ । ତେବେ ମାତ୍ର ୧୦ ଦିନ ମଧ୍ୟରେ ୧୩୦ ଟଙ୍କାରେ ପହଞ୍ଚିଯିବ ତୈଳ ଦର ।

Special Story Petrol-Diesel Price
Advertisment
Advertisment