• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲବ୍‌ରେ ଲାଗୁଛି କ୍ୟାମେରା ଲାଇଟ୍‌ । ଭିଡ଼ିଓ ସହ ଘରର ଟିକିନିଖି ଖବର ରଖିବ LED ବଲବ୍‌ । ଆଜିକାଲି ଘରର ସୁରକ୍ଷା ପାଇଁ ଆମେମାନେ ଅନେକ ସମୟରେ ସିସିଟିଭିର ବ୍ୟବହାର କରୁଛୁ । ହେଲେ ଆପଣଙ୍କୁ ଆଉ ସୁରକ୍ଷା ଲାଗି ସିସିଟିଭି ଲଗାଇବାକୁ ପଡ଼ିବ ନାହିଁ । କାରଣ ଏଣିକି ବଲବ୍‌ରେ ସିସିଟିଭି ଲାଗୁଛି। ଯାହା ଫଳରେ ଆପଣମାନେ ଲାଇଟ୍‌କୁ ଲାଇଟ୍‌ ପାଇବେ, ଏହାସହ ସିସିଟିଭିର ସୁରକ୍ଷା ବି ପାଇପାରିବେ ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏବେ ବିଦ୍ୟୁତ୍‌ ବଲବ୍‌ରେ ଫିଟ୍‌ କରାଯାଉଛି ସ୍ପାଇ କ୍ୟାମେରା । ହୁଏତ ବଲବ୍‌ର କେଉଁ ସ୍ଥାନରେ ଏହାକୁ ଫିଟ୍‌ କରାଯାଉଛି,  ତାହା ସାଧାରଣ ଭାବରେ ଦେଖାଯାଏନି । କିନ୍ତୁ ରୁମ୍‌ରେ କଣ ହେଉଛି ତାହାର ସବୁ ଦୃଶ୍ୟ ବଲବ୍‌ରେ କିନ୍ତୁ ରେକର୍ଡ ହୋଇ ରହେ । ବର୍ତ୍ତମାନ ସମୟରେ ଏହି ବଲବ୍‌ ବଜାରରେ ଖୁବ୍‌ ସହଜରେ ମିଳିଯାଉଛି । ଆପଣ ଯଦି ଆମାଜନ୍‌ ସାଇଟ୍‌ରୁ ଏହାକୁ କିଣିବାକୁ ଚାହିଁବେ ତେବେ ମାତ୍ର ୨ ହଜାର ଟଙ୍କାରେ ଏହାକୁ କିଣିପାରିବେ। ଆଉ ଦାମ୍‌ ବି କିଛି ଅଧିକ ରହୁନି କାରଣ ବଲବ୍‌ରେ ଲାଇଟ୍‌ ସହ ଫିଟ୍‌ ହୋଇ ରହୁଛି କ୍ୟାମେରା ।

ସୂଚନା ଅନୁସାରେ, ଏହି ବଲ୍‌ବ ୧୦୮୦ ପିଏଚ୍‌ଡ଼ି ରିଜୋଲ୍ୟୁସନ୍‌ର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବଲବ୍‌ ତିଆରି କରିଥିବା କମ୍ପାନୀ ପକ୍ଷରୁ କୁହାଯାଉଛି ଯେ, ବଲବ୍‌ର ଲାଇଟ୍‌ ଯେମିତି ସେଥିରେ କଏଦ ହୋଇଥିବା କ୍ୟାମେରାର ଦୃଶ୍ୟ ମଧ୍ୟ ସେମିତି । ଅର୍ଥାତ୍‌ କ୍ୟାମେରାରେ କଏଦ ହୋଇଥିବା ସବୁ ଭିଡ଼ିଓ ଅତ୍ୟନ୍ତ ସ୍ପଷ୍ଟ ବୋଲି କମ୍ପାନୀ ଦାବି କରିଛି ।

କେବଳ ଏତିକି ନୁହେଁ ବରଂ ଏହି କ୍ୟାମେରା ୨.୪ଜି ୱାଇଫାଇ ସପୋର୍ଟ କରେ । ତେଣୁ ଏହାକୁ ଆପଣ ଅତି ସହଜରେ ସ୍ମାର୍ଟଫୋନ୍‌ରେ ବି ନିୟନ୍ତ୍ରିତ କରିପାରିବେ । ଏଥିରେ ଅଟୋ ଟ୍ରାକିଂ ଟେକ୍‌ନୋଲୋଜି ବି ରହିଛି । ତେଣୁ ଏହାର ଚାହିଦା ଅଧିକ ରହୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।