• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିନା ହେଲମେଟ୍‌ରେ ଯାତ୍ରା କରୁଥିଲେ ଯାତ୍ରୀ, ଅଧା ରାସ୍ତାରେ ମାଡି ବସିଲା ପୋଲିସ । ପ୍ରଥମେ ହେଲମେଟ୍‌ ଦେଲା, ପରେ ଉଚିତ୍‌ ଶିକ୍ଷା ମଧ୍ୟ ଦେଲା ପୋଲିସ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯେ, ବିନା ହେଲେମେଟ୍‌ରେ ବାଇକ୍‌ ନେଇ ଯାଉଥିଲେ ଜଣେ ବ୍ୟକ୍ତି । ପଛରେ ବସିଥିଲେ ପତ୍ନୀ । ଆଉ ଏତିକି ବେଳେ ରାସ୍ତା ଉପରେ ଅଟକାଇ ଥିଲା ପୋଲିସ । ଖାଲି ଅଟକାଇଥିଲା ତାହା ନୁହେଁ ବରଂ କାହିଁକି ହେଲମେଟ୍‌ ପିନ୍ଧିନଥିଲେ ବୋଲି ପ୍ରଶ୍ନ କରିଥିଲେ। ହେଲେ ବ୍ୟକ୍ତି ଜଣକ ହେଲମେଟ୍‌ ପିନ୍ଧିନଥିବାରୁ ଡରି ଯାଇଥିଲେ । ହେଲେ ପୋଲିସ କିନ୍ତୁ ତାଙ୍କର ଫାଇନ୍‌ କାଟିନଥିଲା । ବରଂ ହାତ ଯୋଡି ତାଙ୍କ ସାମ୍ନାରେ କିଛି କହୁଥିବାର ଦେକିବାକୁ ମିଳିଥିଲା ।

ଆପଣମାନେ ପୂର୍ବରୁ ଦେଖିଥିବେ କି ହେଲମେଟ୍‌ ପିନ୍ଧିନଥିଲେ ପୋଲିସ ଫାଇନ୍‌ କାଟେ । କିନ୍ତୁ ଏଇଠି ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି । ଫାଇନ୍‌ ତ କାଟିଲା ନାହିଁ ବରଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡିଲା ପୋଲିସ । ଖାଲି ହାତ ଯୋଡିଲେନି ବରଂ ତାଙ୍କ ମୁଣ୍ଡରେ ଏକ ହେଲମେଟ୍‌ ମଧ୍ୟ ପିନ୍ଧାଇଦେଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ହେଲମେଟ୍‌ ପିନ୍ଧାଉଥିବା ବେଳେ ପୋଲିସ ବାବୁ ମନ୍ତ୍ର ଗାଉଥିବା ଜଣାପଡିଛି । କେବଳ ଏତିକି ନୁହେଁ, ହାତଯୋଡ଼ି ସମ୍ମାନର ସହ ଧମକ ମଧ୍ୟ ଦେଉଛନ୍ତି । କହୁଛନ୍ତି ଏହାପରେ ଯଦି ଆପଣ ହେଲମେଟ୍‌ ନପିନ୍ଧିବେ, ତେବେ ନୂଆ ହେଲମେଟ୍‌ ତ ମିଳିବନି ବରଂ ଫାଇନ୍‌ କିନ୍ତୁ ମୋଟା ଅଙ୍କର କଟିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦେଖି ୟୁଜର୍ସମାନେ ବିଭିନ୍ନ ପ୍ରକାର କଂମେଟ୍‌ ଦେବା ସହ ପୋଲିସର ଏମିତି କାମକୁ ବେଶ୍‌ ପ୍ରଶଂସା କରିଛନ୍ତି ।

ଅନେକ ସମୟରେ ଦେଖାଯାଏ ଟ୍ରାଫିକ ନିୟମ ମାନୁନଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକାଇ ଫାଇନ୍‌ କଟାଇଥାଏ । ହେଲେ ଏଠାରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । କିନ୍ତୁ ହେଲମେଟ୍‌ ଦେଇ ପୋଲିସ ଯେମିତି ତାଙ୍କୁ ସଚେତନ କରାଇଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।