• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି । ଫାଇଭ୍‌ ଜିର ସଫଳ ପରୀକ୍ଷଣ ପରେ ଆଗାମୀ କିଛି ଦିନ ମଧ୍ୟରେ ଦେଶରେ ଫାଇଭ୍ ଜି ସ୍ପ୍ରେମ ନିଲାମ ହେବାକୁ ଯାଉଥିବାରୁ ଦେଶବାଶୀ ଖୁବଶୀଘ୍ର ଏହି ସେବା ପାଇବେ । ଫାଇଭି ଜି ନେଟୱାର୍କ ଯୋଗାଯୋଗ କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବାକୁ ଯାଉଥିବା ବେଳେ ଏହି ନେଟୱର୍କରେ ପ୍ରତି ସେକେଣ୍ଡରେ ବ୍ୟବହାରକାରୀ ୨୦ ଜିବି ଡାଟା ଡାଉନଲୋଡ୍ କରିପାରିବେ ।

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍‌ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍‌ରେ ଏହାର ସଫଳ ଟ୍ରାଏଲ ହୋଇଛି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଭାରତର ଫାଇଭ-ଜି ଭିତ୍ତିଭୂମିର ବିକାଶ କରୁଛି ।

ଆଇଆଇଟି ମାଡ୍ରାସ ନେତୃତ୍ୱରେ ଏକ ମିଳିତ ଟିମ୍ ଯେଉଁଥିରେ ୮ଟି ଅନୁଷ୍ଠାନ ସାମିଲ ରହିଛନ୍ତି । ଗତକାଲି ଅଶ୍ୱିନୀ 5G ଜ୍ଞାନକୌଶଳରେ ଭିଡିଓ କଲ କରି ଏହାକୁ ଆତ୍ମନିର୍ଭର ଫାଇଭ୍ ଜି ବୋଲି କହିଛନ୍ତି । ଏହାସହ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିବା ସହ ଏହାକୁ ବିରାଟ ଉଦ୍ଭାବନ ଓ ଉପଲବଧି ବୋଲି କହିଛନ୍ତି ଅଶ୍ୱିନୀ ।

 

ଭାରତରେ ୨୦୧୨ରେ ପ୍ରଥମେ 4G ନେଟ୍‌ୱର୍କ ଆସିବାର ପ୍ରାୟ ୧୦ ବର୍ଷ ପରେ ଫାଇଭ୍ ଜି ନେଟୱର୍କ ମିଳିବାକୁ ଯାଉଛି । ଫାଇଭି ଜି ନେଟୱର୍କ ଆସିଲେ ଯୋଗାଯୋଗ କ୍ଷେତ୍ରରେ ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ସର୍ବୋତ୍କୃଷ୍ଟ ସେବା ବିଶେଷକରି ମୋବାଇଲ କଲ କ୍ଷେତ୍ରରେ ଏହା ଫୋର ଜି ଠାରୁ ୧୦୦ ଗୁଣ ଅଧିକ ସ୍ପିଡ୍ ରହିବ । ଏହାର ଡାଟା ସ୍ପିଡ୍ କ୍ଷମତା ରହିବ ଟ୍ୱେଣ୍ଟି GBPS ଅର୍ଥାତ ଗୋଟିଏ ସେକେଣ୍ଡରେ ୨୦ ଜିବି ଡାଟା ଡାଉନଲୋଡର ହୋଇପାରିବ ।

ସେହିଭଳି ଇ-ହେଲଥ୍ ବା ରିମୋଟରେ ରୋଗୀସେବା ଓ ଅପରେସନ୍, ଅଟୋମେଟେଡ୍ ଡ୍ରାଇଭିଂ ବା ଚାଳକ ବିହୀନି ଗାଡ଼ି ଚାଳନା, ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ଏବଂ ଅତ୍ୟାଧୁନିକ ମୋବାଇଲ କ୍ଲାଉଡ୍ ଗେମିଂର ସୁବିଧା ଦେବ ସର୍ବୋପରି ଫୋର୍ ଜି ଅପେକ୍ଷା ଫାଇଭ୍ ଜିରେ ଭଏସ ଓ ଭିଡିଓ କଲ୍ ଗୁଣବତ୍ତା ଆହୁରି ବଢ଼ିଯିବ ।

ଏହା ପୂର୍ବରୁ ମେ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଶର ପ୍ରଥମ ଫାଇଭ-ଜି ପରୀକ୍ଷଣର ଉଦଘାଟନ କରିଥିଲେ । ଯେଉଁଥିରେ ଭାରତୀୟ କମ୍ପାନୀମାନେ ବିଦେଶୀ କମ୍ପାନୀ ସହାୟତା ବିନା ସେମାନଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳର ପରୀକ୍ଷଣର ସୁବିଧା ପାଇବେ । ଆସନ୍ତା କିଛି ମାସ ମଧ୍ୟରେ ଟେଲିକମ୍ ବିଭାଗ ପକ୍ଷରୁ ୫-ଜି ସ୍ପ୍ରେମ୍ ନିଲାମ ହେବା ଚୂଡାନ୍ତ ହୋଇଥିବାରୁ ଏହା ପରେ ଦେଶର କିଛି ବଛା ବଚ୍ଛା ସହରେ ଏହି ସେବା ମିଳିବା ସମ୍ଭାବନା ରହିଛି ।