• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାର ଜାଗାରେ ଆପଣ କେଉଁଠି ଗାଡ଼ି ରଖୁଛନ୍ତି କି? ସାବଧାନ ! ହୋଇଯାଆନ୍ତୁ...କାରଣ ବାଇକ୍‌ ଚୋର ଏବେ ଯେମିତି ମାତିଲେଣି କେତେବେଳେ ଆପଣଙ୍କ ଗାଡ଼ି କୁଆଡ଼େ ଚାଲିଯିବ ତାହାର କୌଣସି ଠିକ୍‌ଠିକଣା ନାହିଁ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିବାକୁ ମିଳୁଛି । ବୁଲେଟ୍‌ ପରି ଗାଡ଼ିର ହ୍ୟାଣ୍ଡେଲ ଲକକୁ ଚୋର ଗୋଟିଏ ଗୋଇଁଠାରେ ଭାଙ୍ଗିଦେଉଛି ।

ଚୋରଟି ମାତ୍ର ୩୦ ସେକେଣ୍ଡେର ଭାଙ୍ଗି ଦେଉଛନ୍ତି ଗାଡ଼ିର ଲକ୍‌ । ତେବେ ତାଙ୍କୁ ଗାଡ଼ି ଷ୍ଟାଟ୍‌ କରିବାକୁ ଆଉ କେତେ ସମୟ ଲାଗିବ ? ଥରେ ଚିନ୍ତା କରନ୍ତୁ । ଗାଡ଼ିର ହ୍ୟାଣ୍ଡେଲ ଲକ୍‌ ଭାଙ୍ଗିବା ପରେ ଗାଡ଼ି ହ୍ୟାଣ୍ଡେଲ ପାଖରୁ ଗୋଟିଏ ତାରକୁ ଦାନ୍ତରେ କାମୁଡ଼ି ଛିଡ଼ାଇ ଦେଉଛନ୍ତି । ଏହାପରେ ଗାଡ଼ିକୁ ଷ୍ଟାଟ୍‌ କରିନେଉଛନ୍ତି । ଗାଡ଼ି ଚୋରିର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ତେବେ ଏତେ ଚାଲାକିରେ ଚୋରି କରିବା ପରେ ମଧ୍ୟ ଚୋର ପୋଲିସ ହାତରେ ଧରାପଡ଼ିଛି । କେମିତି ଗାଡ଼ି ଚୋରି କରୁଥିଲେ, ପୋଲିସ ସାମ୍ନାରେ ଗୋଟି ଗୋଟି ବଖାଣିଛନ୍ତି ଅଭିଯୁକ୍ତ । ତେବେ ଗାଡ଼ିକୁ କେମିତି ସୁରକ୍ଷିତ ରଖିବେ ସେନେଇ ଏବେଠୁ ସଜାଗ ହେବା ଜରୁରୀ । ନଚେତ୍‌ କାମ ସାରି ଆସିବା ବେଳକୁ ଗାଡ଼ି ନଥିବ । ଅକାରଣରେ ଥାନାର ଚକ୍କର କାଟିବାକୁ ପଡ଼ିପାରେ ।