• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଆଜିଠାରୁ ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବାକୁ ଥିବାବେଳେ, ଏଥିରେ ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ଆଲୋଚନା ହେବ । ୧୯୪୬ ଡିସେମ୍ବର ୯ରେ ବସିଥିବା ସମ୍ବିଧାନ ସଭାର ପ୍ରଥମ ବୈଠକ ଠାରୁ ଆରମ୍ଭ କରି ସଂସଦର ଏପର୍ଯ୍ୟନ୍ତ ୭୫ ବର୍ଷର ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା ଆଦି ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଗୃହରେ ଆରମ୍ଭ ହୋଇ ନୂଆ ସଂସଦ ଭବନକୁ ଯିବ । ୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ  ଭବନରେ ପୂଜାର୍ଚ୍ଚନା ପରେ ସେଠାରେ କାର୍ଯ୍ୟ ଆରମ୍ଭ ହେବ । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ବିଭିନ୍ନ ଦଳର ସାଂସଦ ଯୋଗ ଦେଇଥିଲେ । ବିରୋଧୀ ସ୍ୱତନ୍ତ୍ର ଅଧିବେଶନର ସମୟ ଓ ଉହ୍ୟ ରଖାଯାଇଥିବା ଏଜେଣ୍ଡାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେପ୍ଟେମ୍ବର ୧୮ରୁ ୨୨ ତାରିଖ ଯାଏ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ ଉଲ୍ଲେଖ କରିଥିଲେ ।

କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ମୋଦି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । କିଛି ଦିନ ହେଲା ଚର୍ଚ୍ଚା ହେଉଛି ଯେ, ଆଗୁଆ ସରକାର ଭାଙ୍ଗି ସାଧାରଣ ନିର୍ବାଚନ ଆଗୁଆ କରାଯାଇପାରେ । ଏଥିପାଇଁ ବିଜେପି ପ୍ରସ୍ତୁତି କରୁଥିବା ଆଗରୁ ମମତା ବାନାର୍ଜୀ ଓ ନୀତିଶ କୁମାର କହିଥିଲେ।