Advertisment

ଇତିହାସ ପାଲଟିବ ୯୬ ବର୍ଷର ପୁରୁଣା ଗଣତନ୍ତ୍ର ମନ୍ଦିର; କାଲି ନୂଆ ସଂସଦ କାର୍ଯ୍ୟକ୍ଷମ

୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Move to new Parliament building tomorrow

Move to new Parliament building tomorrow

ଆରମ୍ଭ ହେଲା ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଆଜି ପୁରୁଣା ସଂସଦ ଭବନର ଉଭୟ ଗୃହରେ ଆଲୋଚନା ହୋଇଥିଲା । ଲୋକସଭାରେ ଆଲୋଚନା ଆରମ୍ଭ କରି ସଂସଦର ୭୫ ବର୍ଷ ଯାତ୍ରା ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୪୬ ଡିସେମ୍ବର ୯ରେ ସମ୍ବିଧାନ ସଭାର ପ୍ରଥମ ବୈଠକ ଠାରୁ ଏବେ ଯାଏଁ ସଂସଦର ସଫଳତା, ଅଭିଜ୍ଞତା, ସ୍ମୃତି ଆଦି ସଂପର୍କରେ ଆଲୋଚନା କରିଥିଲେ ସାଂସଦମାନେ । ତେବେ ଆସନ୍ତାକାଲିଠୁ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବ ଏବଂ ଇତିହାସ ପାଲଟିବ ୧୯୨୭ ମସିହାରେ ନିର୍ମିତ ଏହି ଐତିହାସିକ ସୌଧ ।

Advertisment

୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ । ଆଜି ଶେଷ ଥର ପାଇଁ ସରଗରମ ହୋଇଥିଲା ଏହାର ଉଭୟ ଗୃହ । ଆଜିଠୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଛୋଟ କିନ୍ତୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋକପାତ କରି, ଜବାହରଲାଲ ନେହରୁଙ୍କ ବହୁଚର୍ଚ୍ଚିତ 'ଷ୍ଟ୍ରୋକ୍ ଅଫ୍ ମିଡନାଇଟ' ଅଭିଭାଷଣଠୁ ଅଟଳ ବିହାରୀ ବାଜପେୟୀଙ୍କ 'ସରକାର ଆସିବେ-ଯିବେ, କିନ୍ତୁ ଦେଶ ରହିବ' ଉକ୍ତି କଥା ସ୍ମରଣ କରିଛନ୍ତି ମୋଦି । ସଂସଦରେ ପ୍ରଥମ ଥର ପ୍ରବେଶବେଳେ, ସେ କିପରି ଏହି ଗଣତନ୍ତ୍ରର ମନ୍ଦିରକୁ ଭୂମିଷ୍ଠ ପ୍ରଣାମ କରିଥିଲେ ସେ କଥା ମନେ ପକାଇ କହିଛନ୍ତି ଯେ, ମୁଁ କେବେ ଭାବିନଥିଲି ଯେ, ମୋ ଭଳି ଜଣେ ଗରିବ ଘରର ପିଲା ସଂସଦରେ ପହଞ୍ଚିବ । ଏହି ଅବସରରେ ଧାରା ୩୭୦ ଉଚ୍ଛେଦ, ଜିଏସ୍‌ଟି, ୱାନ୍ ରାଙ୍କ୍ ୱାନ୍ ପେନସନ୍, ଜି-ଟ୍ୱେଣ୍ଟି ସଫଳତା, ଚନ୍ଦ୍ରୟାନ ମିଶନ୍ ଆଦି କଥା ଉଲ୍ଲେଖ କରିବା ସହ ଆଜିର ଲମ୍ବା ଅଭିଭାଷଣରେ ବିରୋଧୀଙ୍କୁ ବି କଟାକ୍ଷ କରିବାକୁ ସେ ଭୁଲିନଥିଲେ ।

Advertisment

ଆସନ୍ତାକାଲିଠୁ ନବନିର୍ମିତ ସଂସଦ ଭବନରେ ଚାଲିବ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ । ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଏଥିରେ ଭାରତୀୟ ସଂସଦର ସମୃଦ୍ଧ ପରଂପରା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଆଲୋଚନା ହେବ । ଚଳିତ ସ୍ୱତନ୍ତ୍ର ଅଧିବେଶନରେ ୪ଟି ବିଲ୍ ଆଲୋଚନା ପାଇଁ ଆସିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠୁ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେଉଥିଲେ ବି, ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କି ଏହାକୁ ଭଙ୍ଗାଯିବନି । ଏହାକୁ ସଂରକ୍ଷିତ କରାଯିବ ଏବଂ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି ।

New Parliament Building
Advertisment
Advertisment