Advertisment

ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ, ଗଣେଶ ପୂଜାରେ ସ୍ୱତନ୍ତ୍ର ଅଧିବେଶନ

ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ। ତା’ପୂର୍ବରୁ ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ ଲାଗୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Special Parliament Session In New Parliament Building From Ganesh Puja

Special Parliament Session In New Parliament Building From Ganesh Puja

ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ। ତା’ପୂର୍ବରୁ ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ ଲାଗୁ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ୍ କୋଡ୍‌ ହୋଇଛି।

Advertisment

ଲେଜିସଲେଟିଭ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ସଫାରୀ ସ୍ୟୁଟ୍ ବଦଳରେ କ୍ରିମ୍ ରଙ୍ଗ୍ ଜ୍ୟାକେଟ୍ ସହ କ୍ରିମ୍ ସାର୍ଟ ପିନ୍ଧି ପାରିବେ। ମହିଳା କର୍ମଚାରୀ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶାଢ଼ୀ ପିନ୍ଧିବେ। ପ୍ରାୟ ୨୭୧ ଜଣ ଷ୍ଟାଫଙ୍କୁ ନୂଆ ଡ୍ରେସ୍ ବଣ୍ଟା ସରିଛି । ଏସବୁ ଡ୍ରେସ୍‌ ରଙ୍ଗ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାଶନ୍‌ ଟେକ୍ନୋଲୋଜି ପକ୍ଷରୁ ଡିଜାଇନ କରାଯାଇଥିବା ସୂଚନା ମିଳିଛି ।

ସ୍ୱତନ୍ତ୍ର ଅଧିବେଶନ ୧୮ ତାରିଖରୁ ଏବେକାର ସଂସଦ ଭବନରେ ଆରମ୍ଭ ହେବ। ଏହାପର ଦିନ ୧୯ ତାରିଖ ଦିନ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ। କେନ୍ଦ୍ର ସରକାର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୧୮ରୁ ୨୨ ତାରିଖ ଯାଏ ୫ ଦିନ ଚାଲିବ। 

Advertisment
New Parliament Building
Advertisment
Advertisment