/odishatv-khabar/media/post_attachments/uploadimage/library/16_9/16_9_0/Rs_75_Coin_1685099715.jpg)
Rs 75 Coin
ନୂଆ ସଂସଦ ଭବନ ଉଦଘାଟନ ଅବସରରେ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ କରାଯିବ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମୁଦ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚଳନ କରିବେ ।
ମୁଦ୍ରାର ଗୋଟିଏ ପଟେ ଅଶୋକ ସ୍ତମ୍ଭ ରହିବ । ତା’ତଳେ ଲେଖା ରହିବ ସତ୍ୟମୈବ ଜୟତେ । ଏହାର ବାମ ପଟେ ଦେବନାଗରି ଲିପିରେ ଲିପିବଦ୍ଧ ହେବ ଭାରତ । ଡାହାଣ ପଟେ ଲେଖା ହେବ ଇଣ୍ଡିଆ । ମୁଦ୍ରାର ଆରପଟେ ରହିବ ନୂଆ ପାର୍ଲାମେଣ୍ଟ କମ୍ପେକ୍ସ । ଏହା ସହିତ ସଂସଦ ସଙ୍କୁଳ ଦେବନାଗରୀ ଲିପିରେ ଲିପିବଦ୍ଧ ହେବ । ତଳେ ଇଂରାଜୀରେ ପାର୍ଲାମେଣ୍ଟ କମ୍ପେକ୍ସ ଲେଖାଯିବ ।
ମୁଦ୍ରାର ବ୍ୟାସ ୪୪ ମିଲିମିଟର ହୋଇଥିବା ବେଳେ ତାର ଓଜନ ରହିବ ୩୫ ଗ୍ରାମ । ରୁପା, ତମ୍ବା, ନିକେଲ ଓ ଦସ୍ତା ଧାତୁକୁ ମିଶାଇ ଏହି ମୁଦ୍ରା ନିର୍ମିତ ହେବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି । ତଥାପି ଏନଡିଏ ଓ ଅଣ ଏନଡିଏ ଦଳକୁ ମିଶାଇ ମୋଟ ୨୫ଟି ଦଳର ପ୍ରତିନିଧି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)