/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670950941.jpg)
Special 26 Fake CBI
ଫିଲ୍ମ ଷ୍ଟାଇଲ୍ରେ ଚୋରି । ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସ୍ପେସାଲ-୨୬ ପ୍ରାୟ ସମସ୍ତେ ଦେଖିଥିବେ । ଫିଲ୍ମରେ ଯେଭଳି ଫେକ୍ ଅଫିସର ସାଜି ଅକ୍ଷୟ କୁମାର ବଡ଼ ବଡ଼ ବେପାରୀଙ୍କୁ ଲୁଟ୍ କରୁଥିଲେ, ଠିକ୍ ସେହି ଢ଼ଙ୍ଗରେ କୋଲକତାରେ ଏକ ଲୁଟେରା ଟିମ୍ ନିଜକୁ ସିବିଆଇ ଦର୍ଶାଇ ଲୁଟ୍ କରିଛି । କୋଲକତାର ଭବାନୀପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ପୋଲିସର ସୂଚନା ଅନୁଯାୟୀ, ସୁରେଶ ବାଧୱା ନାମକ ଜଣେ ବ୍ୟବସୟୀଙ୍କ ଘରେ ସୋମାବର ସକାଳୁ ହଠାତ୍ ୭ ରୁ ୮ ଜଣ ବ୍ୟକ୍ତି ପହଞ୍ଚି ରେଡ୍ ଆରମ୍ଭ କରିଥିଲେ । ସେମାନେ ନିଜକୁ ସିବିଆଇ ବୋଲି ଦର୍ଶାଇଥିଲେ । ରେଡ୍ ପରେ ପ୍ରାୟ ୩୦ ଲକ୍ଷ ନଗଦ ଏବଂ ସୁନା ଗହଣା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ଖୋଦ୍ ବ୍ୟବସାୟୀ ସୁରେଶ ବାଧୱା ଭବାନୀପୁର ଥାନାରେ ଏହି ଅଭିଯୋଗ କରିଛନ୍ତି । ଏହି ନକଲି ରେଡ୍ ରୁପଚନ୍ଦ ମୁଖାର୍ଜୀ ଲେନ୍ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।
ସୁରେଶଙ୍କ କହିବା କଥା, ତିନୋଟି ଗାଡ଼ିରେ କିଛି ଲୋକ ଆସିଥିଲେ । ଘରର କବାଟ ଖୋଲୁ ଖୋଲୁ ସେମାନେ ଘର ଭିତରେ ପଶି ରେଡ୍ କରିବା ଆରମ୍ଭ କରିଥିଲେ । ନିଜକୁ ସେମାନେ ସିବିଆଇ ବୋଲି କହିଥିଲେ । ମୁଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବା ପାଇଁ ମଧ୍ୟ କହିଥିଲି । ହେଲେ ସେମାନେ ମୋ କଥାକୁ ଧ୍ୟାନ ଦେଇନଥିଲେ । ରେଡ୍ ପରେ ପ୍ରାୟ ୩୦ ଲକ୍ଷ ନଗଦ ଏବଂ ୭ ଲକ୍ଷ ଟଙ୍କାର ଗହଣା ସେମାନେ ଘରୁ ଜବତ କରି ନେଇଯାଇଛନ୍ତି । ଆଉ ଗଲାବେଳେ କହିଥିଲେ ଯେ, ଜବତ ହୋଇଥିବା ସମସ୍ତ ଜିନିଷର ଚିଠା ଖୁବ୍ଶୀଘ୍ର ପଠାଇବେ ।
ସୁରେଶ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ କରିଥିବା ସମସ୍ତ ଜିନିଷର ଚିଠା, ଘରେ ରେଡ୍ ଚାଲିଥିବା ବେଳେ ହିଁ କରିଥିଲେ । କିନ୍ତୁ ଏହାକୁ ପରେ ପଠାଇବେ ବୋଲି କହିଥିଲେ । ସେମାନେ ଏହା ମଧ୍ୟ କହିଥିଲେ ଯେ, ଖୁବ୍ଶୀଘ୍ର ତାଙ୍କୁ ସିବିଆଇ କାର୍ଯ୍ୟାଳୟରୁ ଡକରା ଆସିବ । ବ୍ୟବସାୟୀଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)