• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୋଆର କର୍ଲି କ୍ଲବର ମାଲିକକୁ ଗିରଫ କରାଯାଇଛି । ଏହା ସହିତ କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଛି ପୋଲିସ୍‌ । ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍, ସୁଖବିନ୍ଦର ସିଂ , କର୍ଲି କ୍ଲବର ମାଲିକ ଏବଂ ଜଣେ ଡ୍ରଗ୍ ବେପାରୀ ପୋଲିସର ହେପାଜତରେ ଅଛନ୍ତି ।

କର୍ଲି କ୍ଲବର ମାଲିକକୁ ଗିରଫ କରିବା ପୂର୍ବରୁ ପୋଲିସ୍‌ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ତାଙ୍କର ଦୁଇ ସହଯୋଗୀ ସୁଖବିନ୍ଦର ଓ ସୁଧୀରକୁ ଗିରଫ କରିଥିଲା ଗୋଆ ପୋଲିସ । ସୋନାଲିଙ୍କ ଶରୀରରେ ଅନେକ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା । ସେହିପରି ତାଙ୍କୁ ଏକ ଉତ୍କଟ ନିଶା ଦ୍ରବ୍ୟ ପିଆ ଯାଇଥିବା ପୋଲିସ ସୂଚନା ଦେଇଛି । ତେବେ କଣ ପାଇଁ ସୋନାଲିଙ୍କୁ ହତ୍ୟା କରାଗଲା ତାର ଖୋଳତାଡ଼ କରୁଛି ପୋଲିସ ।

ଅନ୍ୟପକ୍ଷରେ ମାମଲାକୁ ବଳ ଦେଇଛି ଘଟଣା ଘଟିଥିବା ରାତିର ସିସିଟିଭି ଫୁଟେଜ୍ । ଜଣେ ଅଭିଯୁକ୍ତ ବଳପୂର୍ବକ ସୋନାଲିଙ୍କୁ ଏକ ଉତ୍କଟ ନିଶା ଦ୍ରବ୍ୟ ପିଆଉଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଏହା ସ୍ୱୀକାର କରିଥିବା ମାମଲାର ତଦନ୍ତ କରୁଥିବା ଗୋଆ ପୋଲିସ ସୂଚନା ଦେଇଛି ।

ଭୋର ପ୍ରାୟ ସାଢେ ୪ଟା ବେଳେ ଟଳମଳ ଅବସ୍ଥାରେ ସୋନାଲିଙ୍କୁ ତାଙ୍କର ଦୁଇ ସହଯୋଗୀ ଟଏଲଟ୍ ଯିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଦୁଇ ଘଣ୍ଟା ଧରି ସୋନାଲି ଟଏଲଟ୍ ମଧ୍ୟରେ ରହିଥିବା ଗୋଆ ପୋଲିସ ଆଇଜି ସୂଚନା ଦେଇଛନ୍ତି ତେବେ । ହିଷ୍ଟୋପାଥୋଲୋଜିକାଲ, ସେରୋଲୋଜିକାଲ ସହ ଭିସେରା ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲା ।

ନିଜର ଦୁଇ ସହଯୋଗୀ ସୁଧୀର ଓ ସୁଖବିନ୍ଦରଙ୍କ ସହ ସୋନାଲି ଗତ ୨୨ ତାରିଖରେ ଗୋ୍ରେରେ ପହଞ୍ଚିଥିଲେ । ଘଟଣା ଦିନ ରାତିରେ ତିନି ଜଣ ଯାଜ ଏକ ଟ୍ୟାକ୍ସିରେ ହୋଟେଲ ରୁମରୁ ଅଞ୍ଜୁନା ସ୍ଥିତ କ୍ଲବ ପାର୍ଟି କରିବାକୁ ଯାଇଥିଲେ । ତେବେ ସୋନାଲିଙ୍କ ଅବସ୍ଥା ଗୁରୁତର ହେବା ପରେ ସୁଧୀର ଓ ସୁଖିନ୍ଦର ତାଙ୍କୁ ହୋଟେଲକୁ ନେଇ ଆସିଥିଲେ । ପରେ ହସ୍ପିଟାଲକୁ ନେଇ ଥିଲେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ହସପିଟାଲ କର୍ତ୍ତପକ୍ଷ କହିଥିଲେ । ତେବେ ସୁଧୀର ଓ ସୁଖିନ୍ଦର ସୋନାଲିଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିଥିବା ଭାଇ ରିଙ୍କୁ ଢାକା ଅଞ୍ଜୁନା ପୋଲିସରେ ଅଭିଯୋଗ କରିଥିଲେ ।