• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି । ଏହାରି ଭିତରେ ଉଡୁପି ଜିଲ୍ଲାର କୁଣ୍ଡାପୁରର ସରକାରୀ କଲେଜରେ ସ୍କାର୍ଫ ବାନ୍ଧିଥିବାରୁ ଛାତ୍ରୀଙ୍କୁ କଲେଜରେ ପଶିବାକୁ ଦିଆଯାଇନଥିବାର ଦେଖିବାକୁ ମିଳିଛି ।

ମୁଣ୍ଡରେ ନୀଳ ରଙ୍ଗର ସ୍କାର୍ଫ ପିନ୍ଧିକି ଆସିଥିବାରୁ କଲେଜ କର୍ତ୍ତୃପକ୍ଷ ଝିଅମାନଙ୍କୁ ଗେଟ୍ ବାହାରେ ଅଟକାଇଥିଲେ, ଆଉ ବୁଝାବୁଝି କରି ଫେରାଇ ଦେଇଥିଲେ । ସେପଟେ ଏନେଇ କର୍ଣ୍ଣାଟକ ମନ୍ତ୍ରୀ ବିସି ନାଗେଶ କହିଛନ୍ତି ଯେ, ପିଲାମାନେ ପୂର୍ବରୁ ଏଭଳି ଡ୍ରେସକୋଡ୍‌ରେ ଆସୁନଥିଲେ । ଏଇ ୨୦ ଦିନ ହେଲା ଏପରି ହୋଇଥିବାର ସେ କହିଛନ୍ତି ।

ସେପଟେ କଂଗ୍ରେସ ନେତା ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି । ସରସ୍ୱତୀ ପୂଜା ଦିନରେ ପିଲାମାନଙ୍କୁ ସ୍କାର୍ଫ ପିନ୍ଧିକି ଆସିବାକୁ ନ ଦେବା ଦୁର୍ଭାଗ୍ୟଜନକ ଓ ପିଲାଙ୍କ ଭବିଷ୍ୟତକୁ ବିପଦକୁ ଠେଲି ଦିଆଯାଉଛି ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ପିଲାମାନଙ୍କୁ ତାଙ୍କୁ ଚାଲିଚଲଣିରେ ଛାଡ଼ିବାକୁ ଦିଆଯିବା ଉଚିତ ବୋଲି ରାହୁଲ କହିଛନ୍ତି । ସେପଟେ ରାହୁଲଙ୍କ ଟ୍ୱିଟ୍‌କୁ ନେଇ କର୍ଣ୍ଣାଟକ ଓ କର୍ଣ୍ଣାଟକ ବାହାରେ ରାଜନୀତି ଜୋର୍ ଧରିଛି । ରାହୁଲଙ୍କ ଟ୍ୱିଟ୍‌କୁ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ନାପସନ୍ଦ କରିଛନ୍ତି ।