Advertisment

Mother's Day Revenge Vow: ଭାରତ ମା’ର ଲୁହ ପୋଛିଛି ଯବାନ ପୁଅ; କହୁଛି, ବଦଲା ନେବା ଚାଲିଛି

ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍‌ବିଲ୍‌ କରି ମାରିଛି । ଆଖି ଆଗରେ ତୋ ଝିଅ ବୋହୂଙ୍କୁ ବିଧବା କରିଛି । ଆଜି ମାତୃତ୍ୱ ଦିବସ । ମୁଁ ତୋ ବଡ଼ ପୁଅ ହିସାବରେ ଶପଥ କରୁଛି, ପାକିସ୍ତାନକୁ ଧ୍ବଂସ କରିବି ।

ଅଦ୍ୟତନ ହୋଇଛି
ଭାରତ ମା’ ଲୋ, ମୁଁ ତୋ ପୁଅ କହୁଛି...

ଭାରତ ମା’ ଲୋ, ମୁଁ ତୋ ପୁଅ କହୁଛି...

Advertisment

ମା’ ତୋ ଆଖିରୁ ଲୁହ ଝରାନା... ତୁ ଆଉ ମନଉଣା କରନା... ତୁ ଜନ୍ମ ଦେଇଥିବା ଏ ପୁଅ ତୋ ସାଥିରେ ଅଛି । ତୋ କଷ୍ଟକୁ ଦୂର କରିବ । ତୋ କୋଳରେ ଖେଳିବ । ତୋ ସମ୍ମାନକୁ ଉଚ୍ଚ କରି ସାରା ବିଶ୍ବରେ ତୋ ନାଁକୁ ଚମକାଇବ । ଭାରତ ମା’ ଲୋ ମୁଁ ତୋ ପୁଅ କହୁଛି, ଛାଡ଼ିବିନି କାହାକୁ, ସବୁର ଗୋଟିଗୋଟି କରି ହିସାବ ନେବି । ଆଙ୍ଗୁଠିରେ ନାଁ ଗଣିଗଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବି । ଶତ୍ରୁର ପାଟିରୁ ତୋ ନାଁ ଧରେଇ ଦେବିନି । ତୋ ନାଁକୁ କେବେ ତଳେ ପକାଇ ଦେବିନି । ତୋ ଉପରେ କାହାର ନଜର ପଡ଼ିଲେ ତା’କୁ ବଞ୍ଚିବାକୁ ଦେବିନି । ତାକୁ ତିଳତିଳ କରି ମାରିବି... ମରିବା ବଞ୍ଚିବା ତା’ର ସମାନ କରିଦେବି ।

Advertisment

ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିନାମାରେ ଭାରତର ସ୍ୱାର୍ଥକୁ କରାଯାଇଥିଲା ଉପେକ୍ଷା: ଏବେ ପାକିସ୍ତାନ ପାଣିକୁ ଅଟକାଯାଇ କରାଯିବ ୫ ପ୍ରୋଜେକ୍ଟ

ପୂରା ଭାରତ ପାଇଁ ମୁଁ ସିନା ଯବାନ । ହେଲେ ମୁଁ କେବଳ ମା’ ଲୋ ତୋ ସନ୍ତାନ । ଛାଡ଼ିବିନି, ଶତ୍ରୁତାର ଶେଷ ସୀମା ଲଙ୍ଘିସାରିଛି ପାକିସ୍ତାନ । ତୋ କୋଳରୁ ୨୬ ଜଣ ସନ୍ତାନଙ୍କୁ କିଲ୍‌ବିଲ୍‌ କରି ମାରିଛି । ଆଖି ଆଗରେ ତୋ ଝିଅ ବୋହୂଙ୍କୁ ବିଧବା କରିଛି । ଆଜି ମାତୃତ୍ୱ ଦିବସ । ମୁଁ ତୋ ବଡ଼ ପୁଅ ହିସାବରେ ଶପଥ କରୁଛି, ପାକିସ୍ତାନକୁ ଧ୍ବଂସ କରିବି । ରକ୍ତ ଝରେଇବି... ମୁଣ୍ଡ ଗଡ଼େଇବି... ଶତ୍ରୁର ଛାତିରେ ମିସାଇଲ୍‌ ମାରି ସବୁ କିଛି ଖିନ୍‌ଭିନ୍‌ କରିବି । ମୋ ଦେହରୁ ଝରୁଥିବା ପ୍ରତ୍ୟେକଟି ରକ୍ତ ବୁନ୍ଦାରେ ତୋର ଅଧିକାର । ମୋ ଜୀବନ ତୋ ଦାନ । ଆଉ ତୋ ଲୁହର ପ୍ରତିଶୋଧ ନେବ, ଏ ବଡ଼ ପୁଅ...

Advertisment

ମଙ୍ଗଳବାର ତୁ କାନ୍ଦିଥିଲୁ, ସେହି ମଙ୍ଗଳବାରରୁ ପାକିସ୍ତାନ କାନ୍ଦି କାନ୍ଦି ମରୁଛି । କେବଳ ତୋର ସେହି ଦୁଇ ଟୋପା ଲୁହ ପାଇଁ ଆଜି ପୂରା ଭାରତବାସୀ ଏକ । ସମସ୍ତେ ରକ୍ତମୁଖା... ପ୍ରତିଶୋଧର ନିଆଁ ସମସ୍ତଙ୍କ ମନରେ ଜଳୁଛି । ଆମ ସେନା ଜାଳିପୋଡ଼ି ଛାରଖାର କରୁଛି । ମାତ୍ର କେଇଟା ଦିନେରେ ମାଟି ଗଦା ପାଲଟିବ ପାକିସ୍ତାନ । ଆମେ ଏକ, ଆମ ଲକ୍ଷ ଏକ, ଆମ ଶତ୍ରୁକୁ ଆମେ କରିବୁ ବିନାଶ । ଜୟ ହିନ୍ଦ୍, ଜୟ ଭାରତ, ଜୟ ଯବାନ ।

India Indian Army India Pakistan War Mothers' Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ