• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାଘର ପରେ ଚାଲିଗଲା ବରର ଜୀବନ । ସିନ୍ଦୂର ପିନ୍ଧିବାର କିଛି କ୍ଷଣ ପରେ ବିଧବା ହୋଇଗଲେ ନବବିବାହିତା । ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି ଏହି ବେଦନାଦାୟକ ଘଟଣା । ବାହାଘରରେ କନ୍ୟା ମଥାରେ ସିନ୍ଦୂର ଭରି ସାରିବା ପରେ ବରର ଜୀବନ ଚାଲିଯାଇଛି । ବରକନ୍ୟାଙ୍କୁ ବିଦାୟ ଦେବା ସମୟରେ ହଠାତ୍‌ ବରଙ୍କର ଦେହ ଖରାପ ହୋଇଥିଲା । ତୁରନ୍ତ ପରିବାର ଲୋକ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କନ୍ୟା ଜଣକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୂରା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।

କିଛି ମିନିଟରେ ଭାଙ୍ଗିଗଲା ସାତ ଜନ୍ମର ସମ୍ପର୍କ

ମୃତକ ୩୦ ବର୍ଷୀୟ ବର ଦିଲ୍ଲୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଥିଲେ । ସେ ବିବାହ ପାଇଁ ଭାଗଲପୁରରେ ପହଞ୍ଚିଥିଲେ । ହେଲେ ବିବାହର ମାତ୍ର କେଇ ମିନିଟ୍‌ର ସମ୍ପର୍କରେ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା  | ମେ ୩ ତାରିଖରେ ଖୁବ୍‌ ଧୁମଧାମରେ ତାଙ୍କର ବାହାଘର ଅନୁଷ୍ଠିତ ହୋଇଥିଲା । ୨୫ ବର୍ଷିୟ ଆୟୁଷୀଙ୍କ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିଥିଲେ । ହେଲେ ବିବାହର ସମସ୍ତ ରୀତିନୀତି ପରେ ବରର ଛାତିରେ ଯନ୍ତ୍ରଣା ହୋଇଥିଲା । 

ବର ପକ୍ଷର ଲୋକମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜବାହରଲାଲ ନେହେରୁ ମେଡିକାଲ କଲେଜ ହସ୍ପିଟାଲ ମାୟାଗଞ୍ଜକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତରମାନେ ବରକୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କର ମୃତ୍ୟୁକୁ କେହି ଗ୍ରହଣ କରିପାରୁ ନାହାନ୍ତି ।  ବରର ମୃତ୍ୟୁ ପରେ କାନ୍ଦବୋବାଳରେ ଫାଟି ପଡ଼ୁଛି ସ୍ଥାନୀୟ ଅଞ୍ଚଳ ।   ବିବାହ ପୂର୍ବ ଦିନ ରାତିରେ ବି ବରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ବୋଲି ସଂପର୍କୀୟମାନେ କହିଛନ୍ତି ।

ଅନ୍ୟପଟେ ବର ମୃତ୍ୟୁକୁ ନେଇ ସନ୍ଦେହ ହେବାରୁ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ବରପକ୍ଷ ଲୋକ ଝିଅ ଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।