Advertisment

ବିମାନ ଭିତରେ ସାପ, କେରଳରୁ ଦୁବାଇ ପହଞ୍ଚିବା ପରେ ବାହାରିଲା ସାପ

ବିମାନଟି କେରଳର କାଲିକଟରୁ ଉଡ଼ାଣ ଭରିଥିଲା। ଦୁବାଇ ବିମାନ ବନ୍ଦରରେ ପହଁଚୁ ପହଁଚୁ ବିମାନରୁ ଏକ ସାପ ବାହାରିଥିଲା।

author-image
Rajalaxmi Sahoo
Snake found on Air India Express Flight

Snake found on Air India Express Flight

ଏୟାର ଇଣ୍ଡିଆ ବିମାନ(Air India)ରେ ସାପ। ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନଟି କେରଳର କାଲିକଟରୁ ଉଡ଼ାଣ ଭରିଥିଲା। ଦୁବାଇ ବିମାନ ବନ୍ଦରରେ ପହଁଚୁ ପହଁଚୁ ବିମାନରୁ ଏକ ସାପ ବାହାରିଥିଲା। ଯାହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

Advertisment

ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା।  ସାପଟି ବିମାନର କାର୍ଗୋ ମଧ୍ୟରେ ରହିଥିଲା। ଏହାପରେ ଏୟାରପୋର୍ଟର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। କିଭଳି ସ୍ଥିତିରେ ସାପଟି ବିମାନରେ ପଶିଲା ସେ ନେଇ ପ୍ରଶ୍ନ ଉଠିଛି। ଡିଜିସିଏ ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଏପରିକି ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ସଫା ସଫା କହିଛି।

ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବିମାନରେ ସାପ ବାହାରିବା ଘଟଣା ସାମ୍ନାକୁ ଆସିଛି। ଚଳିତ ବର୍ଷ ପ୍ରାରମ୍ଭରେ ଏୟାର ଏସିଆ ବିମାନରେ ସାପ ବାହାରିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୨, ଫେବୃଆରୀ ୧୦ରେ କ୍ୱାଲାଲମ୍ପପୁର ଅଭିମୁଖେ ଯାତ୍ରା କରୁଥିବା ଏୟାର ଏସିଆ ବିମାନରେ ସାପ ବାହାରିଥିଲା। 

Advertisment
Air India
Advertisment
Advertisment