Advertisment

ସଂସଦରେ ଗର୍ଜିଲେ ରାହୁଲ, ମୁହଁତୋଡ଼ ଜବାବ ଦେଇ ବିରୋଧୀଙ୍କୁ ଚୁପ୍‌ କରିଦେଲେ ସ୍ମୃତି

ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ।

ଅଦ୍ୟତନ ହୋଇଛି
Smriti Irani vs Rahul Gandhi In Parliament

Smriti Irani vs Rahul Gandhi In Parliament

Advertisment

ଅନାସ୍ଥା ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ସଂସଦରେ ଭାଗ ନେଇଥିଲେ। ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ। ଭାରତ ଯୋଡ଼ୋ ଯାତ୍ରା ସମୟର ଅନୁଭୂତି କହିବା ସହ ମଣିପୁର ପ୍ରସଙ୍ଗ ଉଠାଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। 

Advertisment

ରାହୁଲ ଗାନ୍ଧି କହିଛନ୍ତି, ‘ମଣିପୁରରେ ଭାରତ ମାତାର ହତ୍ୟା ହୋଇଛି। ରାଜନୀତି ପାଇଁ ମଣିପୁରରେ ହିନ୍ଦୁସ୍ତାନକୁ ମାରିଛନ୍ତି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏଯାଏ ଯାଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି’।

ରାହୁଲଙ୍କ ମନ୍ତବ୍ୟକୁ ଶାସକ ଦଳ ସଭ୍ୟମାନେ ଗୃହରେ ପ୍ରବଳ ବିରୋଧ କରିଥିଲେ। ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ବିଜେପି ସଦସ୍ୟ। ରାହୁଲଙ୍କ ବକ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀଙ୍କୁ କଡ଼ା ଭାଷାରେ କାଉଣ୍ଟର କରିଥିଲେ। ସେ କହିଥିଲେ, ‘ମଣିପୁର ଖଣ୍ଡିତ ହୋଇନି, ମଣିପୁର ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିଥିବ।’

Advertisment

ଆସନ୍ତାକାଲି ଶେଷ ଦିନରେ କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ସଂସଦରେ ଭୋଟିଂ ହେବ।

Congress Rahul Gandhi Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ