Advertisment

ବିଜେପିରେ ମିଶିଲେ ହିମାଚଳର ୬ ବିପ୍ଲବୀ ବିଧାୟକ, ରାଜ୍ୟସଭା ନିର୍ବାଚନ ବେଳେ କରିଥିଲେ କ୍ରସ୍‌ ଭୋଟିଂ

ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

author-image
Santosh Kumar Sahoo
Congress MLA

Congress MLA

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ସୁଧୀର ଶର୍ମା, ରବି ଠାକୁର, ଇନ୍ଦର ଦତ୍ତ ଲଖନପାଲ୍, ଦେବେନ୍ଦ୍ର ଭୁଟ୍ଟୋ, ରାଜେନ୍ଦ୍ର ରାଣା ଏବଂ ଚୈତନ ଶର୍ମା ।

Advertisment

ରାଜ୍ୟସଭା ନିର୍ବାଚନ ସମୟରେ ଏମାନେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ। ତେବେ ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପାଇଁ ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରି ନ ଥିଲେ। ବିଧାନସଭାରେ ଫାଇନାନ୍ସ ବିଲ୍‌ ଆଗତ ବେଳେ ଉପସ୍ଥିତ ରହି ଏହା ସପକ୍ଷରେ ଭୋଟ ଦେବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲେ ବି ସେମାନେ ଅନୁପସ୍ଥିତ ରହିଥିଲେ। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତି କୁଲଦୀପ ସିଂହ ପଠାନିୟାଙ୍କ ନିକଟରେ ଆବେଦନ କରିଥିଲା କଂଗ୍ରେସ । ତା’ପରେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।

ତେବେ ଏହି ୬ ବିଧାୟକ ବିଜେପିରେ ସାମିଲ ହେବା ପରେ କ’ଣ ରହିଛି ହିମାଚଳ ପ୍ରଦେଶର ସ୍ଥିତି । ହିମାଚଳ ପ୍ରଦେଶରେ ମୋଟ୍ ୬୮ ଆସନ ଥିବା ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୩୫ । ତେବେ କଂଗ୍ରେସ ପାଖରେ ଥିବା ୪୦ ବିଧାୟକରୁ ୬ ଜଣ ଏବେ ବିଜେପିରେ ମିଶିଛନ୍ତି। ତେବେ ଏମାନଙ୍କ ପଦବୀ ଅବୈଧ ଘୋଷଣା ହୋଇଛି। ଏହି ୬ ବିଧାୟକ ଗଲା ପରେ ବିଧାନସଭାରେ କଂଗ୍ରେସର ସଂଖ୍ୟା ୩୪ରେ ପହଞ୍ଚିଛି। ତେବେ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା ଯୋଗୁଁ ଏବେ କଂଗ୍ରେସ ସଂଖ୍ୟା ଗରିଷ୍ଠତାରୁ ଟିକିଏ ଅଧିକ ରହିଛି। ସେହିପରି ବିଜେପି ପାଖରେ ୨୫ ବିଧାୟକ ରହିଛନ୍ତି । ଜୁନ ୧ରେ ୬ଟି ଆସନରେ ଉପନିର୍ବାଚନ ହେବ। ଏହା ପରେ ନିର୍ଭର କରୁଛି କଂଗ୍ରେସ ସରକାରର ଭାଗ୍ୟ ।

Advertisment
Congress MLA Himachal Pradesh Anurag Thakur
Advertisment
Advertisment