• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ-ଚୀନ ସୀମା LACରେ ସ୍ଥିତି ସ୍ଥିର ଥିଲେ ବି ଅପ୍ରତ୍ୟାଶିତ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଆମେ ସମର୍ଥ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଉତ୍ତର ସୀମାରେ ସ୍ଥିତି ସ୍ୱାଭାବିକ ରହିଛି । ତେବେ ଚୀନ ସୀମା ସେପଟେ ସୈନ୍ୟ ସଂଖ୍ୟା ବଢ଼ାଉଛି ବୋଲି କହିଛନ୍ତି ସେନା ମୁଖ୍ୟ । ତଥାପି ଚୀନ୍‌ ସମସ୍ତ ଗତିବିଧି ଉପରେ ସେନା ନଜର ରହିଛି । କିନ୍ତୁ କିଛି ଏହାକୁ ନେଇ ସ୍ପଷ୍ଟ ଆକଳନ କରିହେବନି ବୋଲି ସେ କହିଛନ୍ତି ।

ଭାରତ-ଚୀନ ସୀମାରେ ଆସିଥିବା ୭ଟି ସମସ୍ୟାରୁ ଆମେ ୫ଟିର ସମାଧାନ କରିଦେଇଛୁ । ଉଭୟ ସେନା ଓ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ସାମର୍ଥ୍ୟ ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ସୀମା ପାର୍ ଆତଙ୍କବାଦ ଜାରି ରହିଛି । ପାକିସ୍ତାନ ଓ ଭାରତ ମଧ୍ୟରେ ଅସ୍ତ୍ରବିରତି ଠିକ ଠାକ୍ ଚାଲୁ ରହିଛି କିନ୍ତୁ ସୀମାପାର୍ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସେପଟୁ ସହଯୋଗ ଚାଲୁ ରହିଛି ବୋଲି କହିଛନ୍ତି ସେନା ମୁଖ୍ୟ ।

ସେହିପରି ଭାରତୀୟ ସେନା ଆର୍ଟିଲାରି କର୍ପର୍ସରେ ମହିଳା ଅଫିସର ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ସୂଚନା ଦେଇଛନ୍ତି ସେନା ମୁଖ୍ୟ । ଆମେ ଏନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ଆଶା କରୁଛୁ ଏହା ମଂଜୁର ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି ।